ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ଫନି’ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛି। ବାତ୍ୟା ଚାଲିଯିବା ପରେ ସ୍ଥିତି ସମୀକ୍ଷା କରିବା ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍‌। ସୋମବାର କେନ୍ଦୀୟ ଟିମ୍‌ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ। ଆଜି ଗୋଟିଏ ଟିମ୍‌ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବାକି ଥିବା କିଛି ଅଞ୍ଚଳ ବୁଲୁଥିବା ବେଳେ ଆଉ ଗୋଟିଏ ଟିମ୍‌ କଟକରେ ପହଞ୍ଚିଛନ୍ତି।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ କେନ୍ଦୀୟ ଟିମ୍‌ ରାଜ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବର୍ତ୍ତମାନ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସହିତ କେନ୍ଦୀୟ ଟିମ୍‌ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ବିଭିନ୍ନ ଗାଁରେ ସହ ବୁଲି ସ୍ଥିତି ପରଖିଛନ୍ତି।

ସ୍ଥିତି ସମୀକ୍ଷା କରିବା ବେଳେ କେନ୍ଦ୍ରୀୟ ଟିମ୍ ବାତ୍ୟା ବିପନ୍ନ ଲୋକଙ୍କ ସହ କଥା ହୋଇଛନ୍ତି। ଅନ୍ୟପକ୍ଷରେ କଟକ ଜିଲ୍ଲା ପରିଦର୍ଶନ ପରେ କେନ୍ଦ୍ରୀୟ ଟିମ୍ ମେ’ ୧୫ରେ ରାଜଧାନୀ ଭୁବନେଶ୍ୱରର ସ୍ଥିତି ପରଖିବେ। ଏହା ପରେ ସେହିଦିନ ଅପରାହ୍‌ଣରେ କେନ୍ଦ୍ରୀୟ ଟିମ୍‌ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment