ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଥରେ ରାଜଧାନୀରେ ଦେଖିବାକୁ ମିଳିବ ହକି ଫିଭର। ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ଅଦ୍ଭୁତପୂର୍ଣ୍ଣ ସଫଳତା ପରେ ପୁଣିଥରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ। ଜୁନ୍‌ ୬ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ସିରିଜ୍‌ ଉଦ୍‌ଘାଟିତ ହେବ। ଏଥିପାଇଁ ମଙ୍ଗଳବାରଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଛି।

ଆସନ୍ତା ଜୁନ୍‌ ମାସ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ ଭୁବନେଶ୍ୱର ୨୦୧୯। ଏନେଇ https://ticketgenie.in/ ରେ ଆଜିଠାରୁ ଟିକେଟ୍‌ ବୁକ୍‌ ଆରମ୍ଭ ହୋଇଯାଇଛି।

ସାଧାରଣ ମ୍ୟାଚ୍‌ରେ କଳିଙ୍ଗ ଷ୍ଟାଡିୟମ୍‌ ଇଷ୍ଟ ଷ୍ଟାଣ୍ଡ୍ ଟିକେଟର ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସେମିଫାଇନାଲ୍ ଓ ଫାଇନାଲ୍‌ରେ ୨୫୦ଟଙ୍କା ରହିଛି। ସେହିପରି ସାଉଥ୍ ଓ ନର୍ଥ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ରଖାଯାଇଥିବା ବେଳେ ସେମିଫାଇନାଲ୍ ଓ ଫାଇନାଲ୍ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ ଟୁର୍ଣ୍ଣାମେଣ୍ଟରେ ଭାରତ ସହ ମେକ୍ସିକୋ, ଆମେରିକା, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ରୁଷ୍, ଉଜବେକିସ୍ତାନ ଟିମ୍ ଭାଗ ନେଉଛନ୍ତି। ଜୁନ୍‌ ୬ରୁ ୧୨ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ହେବାକୁ ଥିବା ବେଳେ ୧୪ ଓ ୧୫ ତାରିଖରେ ମେସିଫାଇନାଲ ଓ ଫାଇନାଲ ଖେଳାଯିବ। ‘ଫନି’ ପରେ ଉଜୁଡ଼ି ଯାଇଥିବା ସ୍ମାର୍ଟସିଟି ଭୁବନେଶ୍ୱର ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସରେ ପୁଣିଥରେ ଚଳଚଞ୍ଚଳ ହୋଇପଡ଼ିବ।

Comment