ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ଫନି’ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର। ୧୧ ଦିନ ବନ୍ଦ ରହିବା ପରେ ମଙ୍ଗଳବାର କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ଏନେଇ ଏଏସ୍ଆଇ ଡିଜି ସୂଚନା ଦେଇଛନ୍ତି।

ବାତ୍ୟା ‘ଫନି’ରେ ପୁରୀ ଓ କୋଣାର୍କ ଛାରଖାର ହୋଇଯାଇଛି। ମୋବାଇଲ୍‌ ନେଟୱାର୍କ ଓ କରେଣ୍ଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଠପ୍‌। ତେଣୁ ହାତ କଟା ଟିକେଟ୍‌ ସାହାଯ୍ୟରେ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ଛଡ଼ାଯାଉଛି।

ବାତ୍ୟା ‘ଫନି’ ପ୍ରଭାବରେ କୋଣାର୍କ ମନ୍ଦିରର ପରିସର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା। ବହୁ ଗଛ ଭାଙ୍ଗି ପଡ଼ିଥିଲା। ବାତ୍ୟାରେ କୋଣାର୍କ ମନ୍ଦିର ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ପର୍ଯ୍ୟଟକଙ୍କ ପାଇଁ ମନ୍ଦିର ବନ୍ଦ ରଖାଯାଇଥିଲା। ତେବେ ଆଜିଠାରୁ ପୁଣିଥରେ କୋଣାର୍କ ମନ୍ଦିର ଖୋଲୁଛି। ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment