ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ଜୁନ ୪ରେ କେରଳ ଉପକୂଳ ଛୁଇଁବ ମୌସୁମୀ। ଏହା ପୂର୍ବରୁ ମେ’ ୨୨ରେ ଆଣ୍ଡାମାନ ନିକୋବରରେ ମୌସୁମୀ ଛୁଇଁବ। ଏନେଇ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି। ସ୍କାଏମେଟ୍‌ର ସୂଚନା ଅନୁଯାୟୀ, କେରଳ ମୌସୁମୀ ପହଞ୍ଚିବାର ୧ରୁ ୨ସପ୍ତାହ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ।

ଚଳିତବର୍ଷ ଦେଶରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକଠାରୁ କମ୍‌ ହେବ। ୯୫%ରୁ ଅଧିକ ଏବଂ ୧୦୪% କମ୍‌ ବର୍ଷାକୁ ସ୍ୱାଭାବିକ ବୋଲି ଧରାଯାଏ। ପାଣିପାଗ ସଂସ୍ଥା ସ୍କାଏମେଟ୍‌ ସୂଚନା ଅନୁସାରେ, ଚଳିତ ବର୍ଷ ମୌସୁମୀ ପ୍ରଭାବରେ ସମଗ୍ର ଦେଶରେ ୯୩% ବର୍ଷା ହୋଇପାରେ।

ଅନ୍ୟପକ୍ଷରେ କମ୍‌ ବର୍ଷା ହେବାକୁ ନେଇ ଚିନ୍ତାରେ ଚାଷୀ। ଭାରତ ଭଳି କୃଷି ପ୍ରଧାନ ଦେଶରେ ଚାଷୀମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରିଥାନ୍ତି। ତେବେ ଚଳିତବର୍ଷ କମ୍‌ ବର୍ଷ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଚିନ୍ତାରେ ଚାଷୀକୂଳ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment