ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନିପରେ କଲବଲ ରାଜ୍ୟବାସୀ। ଉପକୂଳଠୁ ଆରମ୍ଭକରି ପଶ୍ଚିମ ସବୁଠି ଖରାଗରମ। ଅନେକ ସହରର ତାପମାତ୍ରା ଏବେ ୪୦ଡିଗ୍ରୀ ଉପରେ।

ଗତ ଦୁଇଦିନ ହେବ କେତୋଟି ସହରରେ ତାପମାତ୍ରା କମିଥିଲେ ବି ଗୁଳୁଗୁଳି ତାତି କମିବାର ନାଁ ଧରୁନି। ବାହାରେ ୫ମିନିଟ୍ ରହିଲେ ଗମ୍ ଗମ୍ ଝାଳ ବହିଯାଉଛି।

ଲାଗୁଛି ଯେମିତି ରୌଦ୍ରତାପରୁ ଅସହ୍ୟ ହୋଇ ମଣିଷଙ୍କଠୁ ଆରମ୍ଭ କରି ପଶୁ ପକ୍ଷୀ ସମସ୍ତେ ଅପେକ୍ଷା କରିଛନ୍ତି ଅସରାଏ ବର୍ଷାକୁ। ସୋମବାର ୪୪ ଡିଗ୍ରୀ ତାପମାତ୍ରା ସହିତ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ଥିଲା। ସେପଟେ ପାଣିପାଗ ବିଭାଗ ସୂଚନା ଅନୁସାରେ ୪ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଅଛି, ଯାହାପରେ ତାପମାତ୍ରାରେ କିଛିଟା ହ୍ରାସ ଘଟିବ ବୋଲି କୁହାଯାଇପାରେ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment