ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟାକୁ ୧୧ ଦିନ ବିତିଥିଲେ ଆଜିବି ଅନ୍ଧାର ବାଣୀବିହାର। ଯାହାଫଳରେ ଛାତ୍ରଛାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ତାଲା ପକାଇଛନ୍ତି। ଶ୍ରୀଘ୍ର ବିଜୁଳି ଦାବି ଛାତ୍ରଛାତ୍ରୀମାନେ ବାଣୀବିହାରର ମୁଖ୍ୟ ଗେଟସାମ୍ନାନରେ ତାଲା ପକାଇ ଧାରଣାରେ ବସିଥିଲେ।

ସକାଳ ୭ ଟାରୁ ଛାତ୍ରଛାତ୍ରୀମାନେ କଲେଜର ମୁଖ୍ୟ ଗେଟ ସାମ୍ନାରେ ଧାରଣା ଦେଇଛନ୍ତି। ବାତ୍ୟାପରେ ଅନେକ ସ୍ଥାନରେ ବିଜୁଳି ସଂଯୋଗ ବ୍ୟାହାତ ହୋଇଥିଲା। ମାତ୍ର ଏତେ ଦିନପରେ ବି ବିଜୁଳି ନଆସିବାକୁ ନେଇ ପ୍ରତିବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ।

ଏହାପରେ ପୋଲିସ ଓ ବାଣୀବିହାର କର୍ତ୍ତୃପକ୍ଷ ଆସି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଯ।ହାପରେ ଆନ୍ଦୋଳନରୁ ଓହରିଛନ୍ତି ଛାତ୍ରଛାତ୍ରୀ। ତେବେ ସଂଧ୍ୟା 5ଟା ସୁଦ୍ଧା କୌଣସି ପଦକ୍ଷେପ ନିଆଗଲେ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

ଆଗକୁ ସେମିଷ୍ଟର ଥିବାରୁ ପିଲାମାନେ କେମିତି ପରୀକ୍ଷା ଦେବେ ଓ ପରୀକ୍ଷାକୁ କେମିତି ପରିଚାଳନା କରାଯିବ ତାହାକୁ ନେଇ ସମସ୍ତଙ୍କ ଚିନ୍ତା। ଏଭଳି ପରିସ୍ଥିତିରେ ଅନିଶ୍ଚିତତା ଭିତରେ ରହିଛି ବାଣୀବିହାର ସେମିଷ୍ଟର ପରୀକ୍ଷା।

କିଛି ଦିନ ତଳେ ବି କ୍ୟାମ୍ପସରେ ଶୀଘ୍ର କରେଣ୍ଟ ଏବଂ ଜଳ ଯୋଗାଣ ଦାବିରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ବାଣୀବିହାର ମୁଖ୍ୟଫାଟକ ସାମ୍ନାରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ କିଛି ହଷ୍ଟେଲକୁ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି। ତେବେ ସମ୍ପୂର୍ଣ୍ଣ ଭାବେ ଏହା ସଠୀକ ଭାବେ କାର୍ଯ୍ୟକାରୀ ହୋଇନାହିଁ।

Comment