ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତ ଆଜି ନିଜର ୫୨ ତମ ଜନ୍ମ ଦିନ ପାଳନ କରୁଛନ୍ତିା

ବଲିଉଡର ଡ୍ୟାନସିଂ କୁଇନ ତଥା ଧକଧକ ଗାର୍ଲ ମାଧୁରୀ ଦୀକ୍ଷିତଙ୍କର ଆଜି ଜନ୍ମ ଦି ୧୯୬୭ ମସିହା ମେ ୧୫ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିବା ମାଧୁରୀ ଆଜି ୫୨ତମ ଜନ୍ମ ଦିବସ ପାଳନ କରୁଛନ୍ତିା ଖାସ କଥା ଏହା ଯେ, ୫୨ ବର୍ଷରେ ପହଞ୍ଚିଥିଲେ ବି ଆଜି ବି ମାଧୁରୀଙ୍କ ଡ୍ୟାନ୍ସର କରିସ୍ମା ଓ ଅଭିନୟରୁ ଯାଦୁ ଦର୍ଶକଙ୍କୁ ଦିଓ୍ୱାନା କରିଛିା ନିଜ ଅଭିନୟ କ୍ୟାରିୟର ମଧ୍ୟରେ ମାଧୁରୀ ଅନେକ ଆଓ୍ୱାର୍ଡ ହାସଲ କରିଛନ୍ତିା

ମାଧୁରୀ ୧୪ ଥର ଫିଲ୍ମ ଫେୟାର ଆଓ୍ୱାର୍ଡ ପାଇଁ ନୋମନେଟ ହୋଇଛନ୍ତିା ଏଥିମଧ୍ୟରୁ ୪ ଥର ଫିଲ୍ମ ଫେୟାର ଆଓ୍ୱାର୍ଡ ପାଇଛନ୍ତି।

ଫିଲ୍ମରେ କ୍ୟାରିୟର ଆରମ୍ଭ କରିବା ବେଳେ ମାଧୁରୀଙ୍କୁ ଖାସ ସଫଳ ମିଳିନଥିଲା। ୧୯୮୮ ମସିହାରେ ମାଧୁରୀ ଦୟାମାନ ଫିଲ୍ମରେ ବିନୋଦ ଖାନାଙ୍କ ସାଙ୍ଗରେ କାମ କରିଥିଲୋ ପରେ ତେଜାବ ଫିଲ୍ମରେ ଅଭିନୟ କରିବା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା।

ଏହି ଫିଲ୍ମରେ ଅଭିନେତା ଅନିଲ କପୁରଙ୍କ ସହ କାମ କରିଥିଲେ ମାଧୁରୀ। ଏହି ଫିଲ୍ମର ଏକ ଗୀତ ‘ଏକ ଦୋ ତିନ’ରେ ମାଧୁରୀଙ୍କ ଡ୍ୟାନ୍ସର ଜଲଓ୍ୱା ଦେଖିବାକୁ ମିଳିଥିଲା।

ଏହି ଫିଲ୍ମରେ ମାଧୁରୀଙ୍କୁ ଅନେକ ଫିଳ୍ମରେ କାମ କରିବାକୁ ଅଫର ମିଳିଥିଲା। ଧୀରେଧୀରେ ବଲିଉଡରେ ମାଧୁରୀଙ୍କ ପତିଆରା ବଢ଼ିଥିଲା।

ଆରମ୍ଭକରୁ ଅନିଲ କପୁର, ସଞ୍ଜୟ ଦତ୍ତଙ୍କ ସହ ମାଧୁରୀଙ୍କ ରିଲେସନ ନେଇ ଚର୍ଚ୍ଚା ହେଉଥିଲା। ୧୯୯୯ରେ ମାଧୁରୀ ବିବାହ କରିବା ପରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ନିକଟରେ ମାଧୁରୀଙ୍କ ଅଭିନୀତ ଫିଲ୍ମ କଳଙ୍କ ରିଲିଜ ହୋଇଥିଲା। ଏଥିରେ ମାଧୁରୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment