ଓଡ଼ିଶାଲାଇଭ ବ୍ୟୁରୋ

ସଚିବାଳୟରେ ବସିଥିବା କେନ୍ଦ୍ରୀୟ ଟିମଙ୍କ ବୈଠକ ଶେଷ ହୋଇଛିା ବୈଠକରେ ଫନିର ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରଂଶସା କରିଛନ୍ତି କେନ୍ଦ୍ରୀୟ ଟିମା

‘‘ରାଜ୍ୟ ସରକାର ଯଥା ସମୟରେ ଫନି ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତିା ଠିକ ସମୟରେ ବିପନ୍ନଙ୍କ ପାଖରେ ରିଲିଫ ପହଞ୍ଚିପାରିଛି’’, ରାଜ୍ୟ ସକରାରଙ୍କ ପ୍ରଂଶସା କରି ଏଭଳି କହିଛନ୍ତି ଗୃହମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜା

ସେ ଆହୁରି କହିଛନ୍ତି ଯେ, ବାତ୍ୟା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛିା ଲୋକଙ୍କ ଜୀବିକା ପ୍ରଭାବିତ ହୋଇଛିା ଏହାକୁ ସୁଧାରିବା ପାଇଁ ମନରେଗା ମାଧ୍ୟମରେ କାର୍ଯ୍ୟ ଦେବା ପାଇଁ ପଦକ୍ଷେପ ନିଆଯିବା

ସେପଟେ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତିା ପ୍ରଥମଥର ପାଇଁ ଏତେଶୀଘ୍ର କେନ୍ଦ୍ରୀୟ ଟିମ ଆସି କ୍ଷୟକ୍ଷତିର ଆକଳନ କରିଛନ୍ତି ବୋଲି ସେ କହିଛନ୍ତିା

”ଫନିରେ ବିଦ୍ୟୁତ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି। ବାତ୍ୟାରେ ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛିା ଚଳିତ ମାସ ଶେଷ ସୁଦ୍ଧା କେନ୍ଦ୍ରକୁ ରିପୋର୍ଟ ଦିଆଯିବା ଶେଷ ରିପୋର୍ଟ ଦେଲାବେଳକୁ କ୍ଷୟକ୍ଷତି ଆକଳନର ପରିମାଣ ବଢ଼ିପାରେ’’, କହିଛନ୍ତି ମୁଖ୍ୟ ଶାସନ ସଚିବା

ସେ ଆହୁରି କହିଛନ୍ତି ଯେ, ବିଦ୍ୟୁତ କ୍ଷେତ୍ରରେ କିଛି ନିୟମକୁ ପରିବର୍ତ୍ତନ ଓ ତା’ର ସଂଶୋଧନ ପାଇଁ କେନ୍ଦ୍ରକୁ ସୁପାରିଶ କରାଯାଇଛିା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment