ଓଡ଼ିଶାଲାଇଭ୍ ବ୍ୟୁରୋ

୧୧ଜଣିଆ କେନ୍ଦ୍ରୀୟ ଟିମ୍ ପୁରୀ, ଖୋର୍ଦ୍ଧା, କଟକର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଫନି କ୍ଷୟକ୍ଷତିର ଆକଳନ କରିବା ପରେ ଆଜି ଭୁବନେଶ୍ୱର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତିା ଭୁବନେଶ୍ୱରରେ କିଛି ଅଞ୍ଚଳ ପରିଦର୍ଶନ କରିବା ପରେ ସଚିବାଳୟରେ କେନ୍ଦ୍ରୀୟ ଟିମଙ୍କର ବୈଠକ ଆରମ୍ଭ ହୋଇଛିା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଏସ୍ଆରସି, ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଛନ୍ତିା

ବୈଠକରେ ଫନିରେ ହୋଇଥିବା କ୍ଷୟକ୍ଷତି ନେଇ ଆଲୋଚନା ଚାଲିଛିା ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପ୍ରାଥମିକ ରିପୋର୍ଟ କେନ୍ଦ୍ରୀୟ ଟିମକୁ ଦିଆଯିବା ପ୍ରାଥମିକ ରିପୋର୍ଟ ଅନୁସାରେ ଫନିରେ ୧୧ ହଜାର ୯୪୨ କୋଟିର କ୍ଷୟକ୍ଷତି ଆକଳନ ହୋଇଛିା

ଆଲୋଚନା ପରେ ଆଜି ଦିଲ୍ଲୀ ଫେରିଯିବେ କେନ୍ଦ୍ରୀୟଟିମ୍।

ପୁରୀ,କଟକ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ। ଗତକାଲି ଟିମ୍‌ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବାକି ଥିବା କିଛି ଅଞ୍ଚଳ ବୁଲୁଥିବା ବେଳେ ଆଉ ଗୋଟିଏ ଟିମ୍‌ କଟକରେ ସ୍ଥିତିର ସମୀକ୍ଷା କରିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ କେନ୍ଦୀୟ ଟିମ୍‌ ରାଜ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲ। ସ୍ଥିତି ସମୀକ୍ଷା କରିବା ବେଳେ କେନ୍ଦ୍ରୀୟ ଟିମ୍ ବାତ୍ୟା ବିପନ୍ନ ଲୋକଙ୍କ ସହ କଥା ହୋଇଥିଲୋ

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment