ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି ତାତିା ଆସନ୍ତା ୧୮ ତାରିଖରୁ ଆହୁରି ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛିା ୧୮ ତାରିଖରୁ ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବା ଅନେକ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରକୁ ଯାଇପାରେ। ପଶ୍ଚିମ ଓଡ଼ିଶା ଭଳି ଉପକୂଳ ଓଡ଼ିଶାରେ ବି ପ୍ରବଳ ଗରମ ଅନୁଭୂତ ହେବା ୧୮ରୁ ସପ୍ତାହେ ଯାଏଁ ଏଭଳି ସ୍ଥିତି ଲାଗି ରହିବ ବୋଲି ଜଣାପଡ଼ିଛିା

ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ୭ଟି ଜିଲ୍ଲାକୁ ଏବେଠାରୁ ହିଟଓ୍ୱେଭ ସତର୍କ ସୂଚନା ଜାରି କରାଯାଇଛିା ଏହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗଡ଼ା ଓ ସୁନ୍ଦରଗଡ଼ା

ଏହି ଜିଲ୍ଲାରେ ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଅନୁଭୂତ ହେବା ଶିଶୁ ଓ ବୟସ୍କ ବ୍ୟକ୍ତମାନେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛିା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment