ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ବର୍ଷ ଆୟୋଜିତ ହୋଇଥିବା ହିକି ବିଶ୍ୱକପ୍‌ ପାଇଁ ସମଗ୍ର ରାଜଧାନୀ ଏବଂ କଳିଙ୍ଗ ଷ୍ଟାଡିୟମ୍‌କୁ ସୁନ୍ଦର ଭାବେ ସଜାଯାଇଥିଲା। ହେଲେ ବାତ୍ୟା ‘ଫନି’ କଳିଙ୍ଗ ଷ୍ଟାଡିୟମ୍‌କୁ ଝାରଖାର କରିଦେଇଛି। ‘ଫନି’ ପ୍ରଭାବରେ କଳିଙ୍ଗ ଷ୍ଟାଡିୟମର ପାଖାପାଖି ୧୧ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏନେଇ ବୁଧବାର ରାଜ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି।

“ବାତ୍ୟା ପ୍ରଭାବରେ ଷ୍ଟାଡିୟମ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଛି। ଷ୍ଟାଡିୟମ୍‌ର ଛାତ ଏବଂ ଲିଫ୍ଟ ସିଷ୍ଟମ୍‌ ସମ୍ପୂର୍ଣ୍ଣ ଭାବେ ଖରାପ ହୋଇଯାଇଛି, ଏହାକୁ ବଦଳାଇବାକୁ ପଡ଼ିବ। ଷ୍ଟାଡିୟମ୍‌ ଭିତର ପଡ଼ିଆ ବାତ୍ୟା ପ୍ରଭାବରେ ନଷ୍ଟ ହୋଇଯାଇଛି। ସେହିପରି ବାତ୍ୟାରେ ଷ୍ଟାଡିୟମ୍‌ ଗୃହର ସମସ୍ତ କାଚ ଭାଙ୍ଗି ଯାଇଛି” ବିଶାଲ ଦେବ କହିଛନ୍ତି।

Vishal Dev, Commissioner & Secretary, Tourism, Sports and Youth Services, GoO
Vishal Dev, Commissioner & Secretary, Tourism, Sports and Youth Services, GoO

ଆସନ୍ତା ଜୁନ ୬ରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ। ଟୁର୍ଣ୍ଣମେଣ୍ଟକୁ ଦୃଷ୍ଟିରେ ରଖିଲେ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟାଡିୟମ୍‌ର ପୁନରୁଦ୍ଧାର କରିବାକୁ ପଡ଼ିବ। ଏସମସ୍ତ କାର୍ଯ୍ୟ ପାଇଁ ଆମ ହାତରେ ଆଉ ମାତ୍ର ୧୫ ଦିନ ଥିବା କ୍ରୀଡ଼ା ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି।

ବାତ୍ୟା ‘ଫନି’ରେ କଳିଙ୍ଗ ଷ୍ଟାଡିୟମ୍‌ର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ପରିଦର୍ଶନ କରିଛନ୍ତି। ସେହିପରି ଷ୍ଟାଡିୟମ୍‌ର କ୍ଷୟକ୍ଷତିର ରିପୋର୍ଟ ଏସ୍‌ଆରସିଙ୍କ ପାଖରେ ଦାଖଲ କରାଯାଇଥିବା ସୂଚନା ମିଳିଛି।

ଆସନ୍ତା ଜୁନ୍‌ ମାସ ୬ରୁ ୧୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଛି ଏଫ୍‌ଆଇଏଚ୍‌ ପୁରୁଷ ହକି ସିରିଜ୍‌ ଫାଇନାଲ୍‌ସ ଭୁବନେଶ୍ୱର ୨୦୧୯। ଟୁର୍ଣ୍ଣାମେଣ୍ଟରେ ଭାରତ ସହ ମେକ୍ସିକୋ, ଆମେରିକା, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ରୁଷ୍, ଉଜବେକିସ୍ତାନ ଟିମ୍ ଭାଗ ନେଉଛନ୍ତି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment