ଓଡ଼ିଶାଲାଇଭ୍ ବ୍ୟୁରୋ

କଳାହାଣ୍ଡିରେ ମାଓବାଦୀଙ୍କ ତାଣ୍ଡବ ଦେଖିବାକୁ ମିଳିଛି। ମାଓବାଦୀମାନେ ୬ଟି ଗାଡ଼ିକୁ ପୋଡି ଦେଇଛନ୍ତି। ଯାହା ସୂଚନା ମିଳିଛି ରାସ୍ତାକାମକୁ ବିରୋଧକି ୫ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ପୋଡ଼ିଦେଇଛନ୍ତି ମାଓବାଦୀ।

ଭବାନୀପାଟଣା ରାମପୁର ଥାନା ନୂଆମୁଣ୍ଡା ଗାଁରେ ମାଓବାଦୀମାନେ ଗତକାଲି ବିଳମ୍ବତି ରାତିରେ ଏଭଳି କାଣ୍ଡ ଭିଆଇଛନ୍ତି।

ଗାଁଲୋକଙ୍କ ସୂଚନାନୁସାରେ ପାଖାପାଖି ୧୦ରୁ ଅଧିକ ମାଓବାଦୀ ଆସଲି ଜେସିବି ଗାଡିକୁ ପୋଡ଼ିବା ସହ ନିଜର ଉପସ୍ଥିତି ଜାହିର କରିଛନ୍ତି। ଏହି ଘଟଣାପରେ ରାସ୍ତାକାମ ବନ୍ଦ ରହିଛି, ଅନ୍ୟପଟେ ନୂଆମୁଣ୍ଡା ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment