ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଓଡ଼ିଶା ଆସୁଛନ୍ତି ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଟିମ୍। ଯାହା ସୂଚନା ଅଛି ଅପରାହ୍ନ ୪ଟାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ବିଶ୍ୱବ୍ୟାଙ୍କର ପ୍ରତିନିଧି ଆଲୋଚନା କରିବେ। ଏହାସହିତ ସଂନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ବାତ୍ୟା ଫନି ଜନିତ କ୍ଷୟକ୍ଷତିର ଆକଳନ କରିବାଲାଗି ବିଶ୍ୱବ୍ୟାଙ୍କର ଟିମ୍ ଆଜି ଓଡ଼ିଶା ଆସୁଛନ୍ତି। ବାତ୍ୟା ଫନିପରେ କେନ୍ଦ୍ର ୧୦୦୦କୋଟିର ସହାୟତା ଓଡ଼ିଶାଲାଗି ଘୋଷଣା କରିଛି।

ବାତ୍ୟା ଫନି ଦ୍ବାରା ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା ଜିଲ୍ଲା ବିଶେଷ ଭାବେ ପ୍ରବାବିତ ହୋଇଛି। ପୁରୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆଜିବି ଅନେକ ଲୋକ ମୌଳିକ ସୁବିଧାରୁ ବଞ୍ଚିତଥିବା ଅଭିଯୋଗ କରୁଛନ୍ତି। ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ପୁରୀସହରେ ପାଣି ଓ ବିଜୁଳି ମରାମତି କାମ କରୁଛି ପ୍ରଶାସନ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment