ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନିରେ ରାଜ୍ୟରେ ବ୍ୟାଙ୍କ ସେବା ଅଧିକ ପ୍ରଭାବିତ ହୋଇଛିା ବାତ୍ୟା ‘ଫନି’ ପରବର୍ତ୍ତୀ ବ୍ୟାଙ୍କିଙ୍ଗ ସେବାର ସମୀକ୍ଷା ପାଇଁ ଆଜି ରାଜ୍ୟ ଅତିଥି ଭବନରେ ବସିଥିବା ବୈଠକ ଶେଷ ହୋଇଛିା ବୈଠକ ପରେ କେନ୍ଦ୍ର ଅର୍ଥ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତିା

‘‘ଏଟିଏମ ଓ ବ୍ୟାଙ୍କକୁ କାର୍ଯ୍ୟକ୍ଷମ କରିବା ଆମର ପ୍ରାଥମିକତା। ବାତ୍ୟାରେ ପୁରୀ ଓ ଖୋର୍ଦ୍ଧାରେ ଅଧିକ କ୍ଷୟକ୍ଷତି ହୋଇଛିା ଫଳରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛିା ଏବେ ଖୋର୍ଦ୍ଧାରେ ପ୍ରାୟତଃ ସବୁ ବ୍ୟାଙ୍କ ଖୋଲି ଗଲାଣିା ପୁରୀରେ ଏବେବି  ସମସ୍ୟା ରହିଛିା ତେଣୁ ବ୍ୟାଙ୍କ ଗୁଡ଼ିକୁ ଅଫଲାଇନରେ ସେବା ଦେବାକୁ ନିର୍ଦ୍ଦେଶ ଦିଆଯାଇଛିା’’, କହିଛନ୍ତି ଦେବାଶିଷ ପଣ୍ଡା।

ସେ ଆହୁରି କହିଛନ୍ତି, ‘‘ସରକାରୀ ଉଦ୍ୟୋଗର କ୍ଷୟକ୍ଷତି ନେଇ ୧୮୦୦ରୁ ଅଧିକ ଆବେଦନ ହୋଇଛି। କ୍ଷୟକ୍ଷତି ଭରଣା ଓ ବୀମାଧାରୀଙ୍କ ଆବେଦନକୁ ତୁରନ୍ତ ବିଚାର କରିବାକୁ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛିା ‘‘।

‘‘ସନ୍ଧ୍ୟା ସୁଦ୍ଧା ପୁରୀରେ ୪୦ ପ୍ରତିଶତ ଏଟିଏମ କାର୍ଯ୍ୟକ୍ଷମ ହେବା ରାଜ୍ୟରେ କେରଳ ମଡେଲ ଲାଗୁ ପାଇଁ ଟାସ୍କଫୋର୍ସ ଗଠନ କରାଯିବା ଏନେଇ କେନ୍ଦ୍ର ସରକାରଙ୍କୁ ସୁପାରିଶ କରାଯାଇଛିା ବାତ୍ୟା ଅଞ୍ଚଳରେ କମ ଡକ୍ୟୁମେଣ୍ଟରେ ବ୍ୟାଙ୍କ ଓ ଇନସ୍ୟୁରାନ୍ସ ସୁବିଧା ମିଳିବ’’, ବୈଠକ ପରେ ରାଜ୍ୟ ଅର୍ଥ ବିଭାଗ ସଚିବ ଅଶୋକ ମୀନା ଏହି ସୂଚନା ଦେଇଛନ୍ତିା

ଅଶୋକ ମୀନାଙ୍କ ସୂଚନା ଅନୁସାରେ ସଂଧ୍ୟା ସୁଦ୍ଧା ପୁରୀରେ ୪୦% ବ୍ୟାଙ୍କ କାର୍ଯ୍ୟକ୍ଷମ ହେବ। ପୁରୀରେ ଏବେ ସୁଦ୍ଧା ୨୭ ପ୍ରତିଶତ ଏଟିଏମ କାର୍ଯ୍ୟକ୍ଷମ ହୋଇଛିା

ବୈଠକରେ ଆରବିଆଇ, ବ୍ୟାଙ୍କ, ବୀମା କମ୍ପାନିର ବରିଷ୍ଠ ଅଧିକାରୀ ଉପସ୍ଥିତ, ଟେଲିକମ୍‌ କମ୍ପାନି ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲୋ

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment