ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ଦେଶଭକ୍ତ କହି ଅଡୁଆରେ ପଡ଼ିଥିବା ବିଜେପି ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ଶେଷରେ କ୍ଷମା ମାଗିଛନ୍ତି। ଭୁଲରେ ସେ ଏମିତି ବୟାନ ଦେଇଥିବା ସାଧ୍ୱୀ କହିଛନ୍ତି।

କିଛିଦିନ ତଳେ କମଲ ହାସନ କହିଥିଲେ ଯେ ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହେଉଛନ୍ତି ଜଣେ ହିନ୍ଦୁ। ସେ ହେଉଛନ୍ତି ନାଥୁରାମ ଗଡ୍‌ସେ। କମଲ ହାସନଙ୍କ ଏପରି ମନ୍ତବ୍ୟ ପରେ ହିନ୍ଦୁବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ସମାଲୋଚନା କରାଯାଇଥିଲା। ଗୁରୁବାର ଦିନ ଆଗ୍ରା-ମାଲଓ୍ୱା ଅଞ୍ଚଳରେ ରୋଡ୍ ସୋ’ ପରେ ପ୍ରଜ୍ଞା ଠାକୁର କହିଥିଲେ ନାଥୁରାମ ଗଡ୍‌ସେ ଜଣେ ଦେଶଭକ୍ତ।

ସାଧ୍ୱୀଙ୍କ ଏପରି ମନ୍ତବ୍ୟ ପରେ କଂଗ୍ରେସ ସମାଲୋଚନା କରିଥିଲା। ଏହା ଦେଶ ପ୍ରତି ଅପମାନ ବୋଲି କଂଗ୍ରେସ କହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଭୁଲ ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଥିଲା।

ଏହାକୁ ନେଇ ବିଜେପି ଅଡୁଆରେ ପଡ଼ିବା ପରେ ଦଳ ପକ୍ଷରୁ ସାଧ୍ୱୀଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଥିଲା। ପରେ ସାଧ୍ୱୀ ଭୁଲ ମାଗିଥିଲେ।

ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି ସାଧ୍ୱୀ ପ୍ରଜ୍ଞା ଠାକୁର। ତାଙ୍କ ବିପକ୍ଷରେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଦିଗ୍‌ବିଜୟ ସିଂହ।

Comment