ଓଡ଼ିଶାଲାଇଭ ବ୍ୟୁରୋ

ଗତକାଲି ବିଳମ୍ବିତ ରାତିରେ ଜମ୍ମୁ କଶ୍ମୀରର ଘାଟିରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି।

ଦଲିପୁରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ ଓ ସେନା ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।

ଆତଙ୍କବାଦୀ ମାନେ ବି ପାଲଟା ଗୁଳିଚାଳନା କରିଥିଲେ ଯେଉଁଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ସେପଟେ ଏବେ ବି ସର୍ଚ୍ଚଅପରେସନ ଜାରି ରହିଛି। ଉକ୍ତ ଅଞ୍ଚଳରେ ସାମୟିକ ସମୟ ଲାଗି ଇଣ୍ଟରନେଟ ସେବାଉପରେ ରୋକ ଲଗାଯାଇଥିବା ସୂଚନା ମିଳିଛି।

ଏଥିରେ ଜଣେ ଯବାନ ସହିଦ ହେବା ସହିତ ୨ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଆତଙ୍କବାଦୀଙ୍କ ଶବକୁ ଜବତ କରାଯାଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment