ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ପ୍ରଭାବିତ ଅଞ୍ଚଳ ଓଡ଼ିଶାରେ ଘୁଞ୍ଚିଲା ଜିଏସ୍‌ଟି ରିଟର୍ଣ୍ଣର ତାରିଖ। ବାତ୍ୟା ଫନି ପାଇଁ ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ବ୍ୟାହତ ହୋଇଥିବାରୁ ଜିଏସ୍‌ଟି ଦାଖଲ ତାରିଖ ଘୁଞ୍ଚାଇବା ପାଇଁ ଜିଏସ୍‌ଟି କାଉନସିଲକୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ଜିଏସ୍‌ଟି କାଉନସିଲ ରକ୍ଷା କରିଛନ୍ତି।

ଜିଏସ୍‌ଟିଆର୍‌ -୧ ଫର୍ମ ମେ’ ୧୧ତାରିଖ ସୁଦ୍ଧା ଦାଖଲ କରିବାର ଥିଲା। ଏହାକୁ ଜୁନ୍ ୧୦କୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ଜିଏସ୍‌ଟିଆର୍‌ -୩ବି ଫର୍ମ ମେ’ ୨୦ ତାରିଖ ସୁଦ୍ଧା ଦାଖଲ କରିବାର ଥିଲା। ଏହାକୁ ଜୁନ ୨୦କୁ ଘୁଞ୍ଚାଇ ଦିଆଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂହ।

Comment