ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଣୋଇକୁ ହତ୍ୟା କରିବା ଅଭିଯୋଗରେ ଶଳାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ। ଏହାସହ ୧୦ ହଜାର ଟଙ୍କାର ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି କୋର୍ଟ।

୧୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ପୁରୁଣାକୋଟ ଥାନା ଅନ୍ତର୍ଗତ ଧଉରାଗୋଠ ଗାଁର ତ୍ରିଲୋଚନ ବେହେରା (୫୫) ଏବଂ ତାଙ୍କ ସ୍ତ୍ରୀ ମାଳତୀ ପାରିବାରିକ କନ୍ଦଳକୁ ନେଇ ପରସ୍ପରଠାରୁ ଅଲଗା ରହୁଥିଲେ। ମାଳତୀଙ୍କ ଭାଇ ସୁଶାନ୍ତ ମୁଣ୍ଡା ଏବଂ ପ୍ରଶାନ୍ତ ମୁଣ୍ଡା ତିଆରି କରିଥିବା ଘରେ ହିଁ ମାଳତୀ ରହୁଥିଲେ।

୨୦୧୬ ଜୁଲାଇ ୧୬ ତାରିଖରେ ଟାଁସି ସାପ୍ତାହିକ ହାଟରେ ଦୁଇ ଶଳା ସୁଶାନ୍ତ ଏବଂ ପ୍ରଶାନ୍ତଙ୍କ ସହ ତ୍ରିଲୋଚନଙ୍କର ଭେଟ ହୋଇଥିଲା। କାହିଁକି ମାଳତୀଙ୍କୁ ନେଇ ତାଙ୍କ ଘରେ ରଖିଛ କହି ତ୍ରିଲୋଚନ ଓ ପ୍ରଶାନ୍ତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଗଣ୍ଡଗୋଳ କ୍ରମେ ଉଗ୍ରରୂପ ଧାରଣ କରିଥିଲା। ଶେଷରେ ପ୍ରଶାନ୍ତଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ତ୍ରିଲୋଚନ। ପ୍ରଶାନ୍ତ ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment