ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ପାଞ୍ଚ ବର୍ଷ ପୂର୍ବେ ଆଜିର ଦିନରେ ବିଜେପି ଇତିହାସ ରଚିଥିଲା। ଅର୍ଥାତ ଆଜିର ଦିନରେ ଗୁଜୁରାଟରେ ସିଏମ ନରେନ୍ଦ୍ର ମୋଦି ଦେଶର ପିଏମ ହୋଇଥିଲୋ ଗୁଜୁରାଟରୁ ଉଠିଥିବା ମୋଦି ଲହର ସାରାଦେଶରେ ବ୍ୟାପିଥିଲା। ପୂରା ଦେଶରେ ବିଜେପି ପଦ୍ମ ଫୁଟାଇବାରେ ସଫଳ ହୋଇଥିଲା।

୨୦୧୪ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ମେ’୧୬ ଅର୍ଥାତ ଆଜିର ଦିନରେ ଆସିଥିଲା। ଆଜିର ଦିନରେ ମୋଦି ଦେଶର ପ୍ରଧାନମନ୍ତ୍ରୀ ଆସନ ସମ୍ଭାଳି ଥିଲୋ

ଏହି ଫଳାଫଳ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଙ୍କ ନିଦ ଉଡ଼େଇ ଦେଇଥିଲା। ନରେନ୍ଦ୍ର ମୋଦି ଦେଶର ନେତୃତ୍ୱ ନେଇଥିଲ। ଶାସନକୁ ଆସିବା କ୍ଷଣି ମୋଦି କଂଗ୍ରେସ ମୁକ୍ତ ଭାରତ ନାରା ଦେଇଥିଲୋ

ତାଙ୍କ ନେତୃତ୍ୱରେ ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସକୁ ହରାଇଥିଲା। ପୂରା ଦେଶରେ ରାଜ କରୁଥିବା କଂଗ୍ରେସର ସ୍ଥିତି ଆଜି କେବଳ ୫ଟି ରାଜ୍ୟରେ ସୀମିତ ରହିଛିା

ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୨୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଛିା ଏଥିରୁ ୧୩ଟି ରାଜ୍ୟରେ ବିଜେପି ସରକାର ଗଢ଼ିଛିା ମହାରାଷ୍ଟ୍ର, ହରିୟାଣା, ମେଘାଳୟ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ଜମ୍ମୁ କଶ୍ମୀର, ଉତ୍ତରପ୍ରଦେଶ, ମଣିପୁର, ଗୋଆ, ଗୁଜୁରାଟ, ହିମାଚଳ, ତ୍ରିପୁରା, ନାଗାଲାଣ୍ଡରେ ବିଜେପି ସରକାର ଗଢ଼ିଥିଲା।

୨୦୧୪ ନିର୍ବାଚନ ପାଇଁ ଏପ୍ରିଲରୁ ଭୋଟ ଆରମ୍ଭ ହୋଇଥିଲା। ୯ଟି ପର୍ଯ୍ୟାୟରେ ସାରାଦେଶରେ ଭୋଟ ଗ୍ରହଣ ହୋଇଥିଲା। ମେ’୧୨ରେ ଭୋଟ ଶେଷ ହୋଇଥିଲା। ମେ’ ୧୬ରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment