ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ


୧୯ରେ ମୟୂରଭଞ୍ଜରେ ୫ଟି ବୁଥରେ ସାନି ମତଦାନ ହେବ। ଏହି ବୁଥ ଗୁଡିକ ହେଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ୧୦୪ ନମ୍ବର ବୁଥ କଖାରୁଶୋଳ,ବାରିପଦା ନିର୍ବାଚନମଣ୍ଡଳୀର ୧୬ନମ୍ବର ବୁଥ ଭୁଗୁଡାକଟା,୧୯ନମ୍ବର ବୁଥ ପୂର୍ଣଚନ୍ଦ୍ରପୁର,୧୬୬ନମ୍ବର ବୁଥ ଖାନୁଅ।,୨୪୮ ନମ୍ବର ବୁଥ ଅ।ଠପଦା ।୧୯ତାରିଖ ଦିନ ସକାଳ ୭ଟାରେ ଭୋଟଗ୍ରହଣ ଅ।ରମ୍ଭ କରାଯାଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେବେ ମେ ୧୯ରେ ମୟୂରଭଞ୍ଜ ସମେତ ରାଜ୍ୟରେ ୩୪ଟି ବୁଥରେ ସାନି ମତଦାନ ହେବ। ଗତ ଏପ୍ରିଲ ୨୩ ଏବଂ ୨୯ରେ ହୋଇଥିବା ମତଦାନ ବେଳେ ଏହି ୩୪ଟି ବୁଥରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁବୁଥ ଗୁଡ଼ିକରେ ସାନି ମତଦାନ ନେଇ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବ୍ୟତିତ ଦେବଗଡ଼, ଅନୁଗୁଳ, କଟକ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର, ବାଲେଶ୍ୱର ଜିଲ୍ଲାରେ ସାନି ମତଦାନ ହେବ। ଯେଉଁସବୁ ବୁଥରେ ସାନି ମତଦାନ ହେବ ସେଠି ପ୍ରସ୍ତୁତି ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment