ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ବିଲିଉଡ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହିତ ‘ବଦ୍‌ଲା’ରେ କାମ କରିବା ପରେ ଅଭିନେତ୍ରୀ ତାପ୍‌ସୀ ପନ୍ନୁଙ୍କ ଆଉ ଏକ ଫିଲ୍ମ ଆସୁଛି। ଏହି ଫିଲ୍ମର ନାଁ ହେଲା ‘ଗେମ୍‌ ଓଭର’। ମଙ୍ଗଳବାର ଏହି ଫିଲ୍ମର ଟିଜର ରିଲିଜ୍‌ ହେବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି।

ତାପ୍‌ସୀ ପନ୍ନୁ ‘ଗେମ୍‌ ଓଭର’ ଫିଲ୍ମରେ ଡରି ଡରି ରହୁଥିବା ଦୃଶ୍ୟ ଟିଜର ମାଧ୍ୟମରେ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ତାପ୍‌ସୀ କୌଣସ ଏକ ଗେମ୍‌ ମଧ୍ୟରେ ଫସି ଯାଇଛନ୍ତି। ଫିଲ୍ମ ଟିଜର୍‌ରେ ତାପ୍‌ସୀଙ୍କୁ ବାଦ୍‌ ଦେଲେ ଅନ୍ୟ କାହାକୁ ଦେଖିବାକୁ ମିଳିନି। ହରର ଥ୍ରୀଲର ଉପରେ ‘ଗେମ୍‌ ଓଭର’ ଫିଲ୍ମର କାହାଣୀ ରହିଛି।

ଫିଲ୍ମ ‘ଗେମ୍‌ ଓଭର’ ହେଉଛି ତାମିଲ ଓ ତେଲୁଗୁ ଭାଷାର ଏକ ବାଇ ଲାଙ୍ଗୁଏଜ୍‌ ଫିଲ୍ମ। ଯାହାକୁ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପରେ ହିନ୍ଦି ଭାଷାରେ ନିର୍ମାଣ କରିବେ। ‘ଗେମ୍‌ ଓଭର’ ପିଲ୍ମକୁ ସାଉଥ୍‌ ଡାଇରେକ୍ଟର ଅଶ୍ୱୀନ୍‌ ସର୍ବନନ୍‌ ନିର୍ଦ୍ଦେଶନା ଦେଇଛନ୍ତି।

ୱାଇ ନଟ୍‌ ଷ୍ଟୁଡିଓସ୍‌ ଏବଂ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନ୍‌ରରେ ଫିଲ୍ମ ‘ଗେମ୍‌ ଓଭର’ ନିର୍ମାଣ କରାଯାଇଥିବା ବେଳେ ଆସନ୍ତା ଅକ୍ଟୋବର ୧୦ରେ ଫିଲ୍ମଟି ବଡ଼ ପରଦାରେ ରିଲିଜ୍‌ ହେବ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment