ଓଡ଼ିଶାଲାଇଭ ବ୍ୟୁରୋ

ଫନି ପରଠୁ ଲୋକେ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଲେଣି। ସମସ୍ତେ ଅସରାଏ ବର୍ଷାକୁ ଅପେକ୍ଷା କରିଛନ୍ତି। ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବନୁମାନ କରିଛି।

ମାଲକାନଗାରି, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗିର ଆଦି ଜିଲ୍ଲାମାନଙ୍କରେ କାଳବୈଶାଖୀ ସମ୍ଭାବନା ରହିଛି। ସେହପରି ଗତକାଲି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସହିତ ବଜ୍ରପାତ ବି ହୋଇଥିଲା।

ଗତକିଛି ଦିନ ହେବ ଅନେକ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଉଛି। ଉପକୂଳଠୁ ଆରମ୍ଭ କରି ପଶ୍ମିମ ସବୁଠି ତାତି ଓ ଗରମ। ସକାଳ ୯ଟାପରେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment