ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନକୁ ଆହୁରି ୩ ଦିନ ବାକି ରହିଛିା ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୭ଟି ଆସନ ଲାଗି ଭୋଟ ଗ୍ରହଣ ହେବା ହେଲେ ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଉପରେ ନିର୍ବାଚନ କମିଶନ ଏକ ବଡ଼ ପଦକ୍ଷେପ ନେଇଛନ୍ତିା ଶୁକ୍ରବାର ପରିବର୍ତ୍ତେ ପଶ୍ଚିମବଙ୍ଗରେ ଆଜି ପ୍ରଚାର ଶେଷ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତିା

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ରାତି ୧୦ଟା ସୁଦ୍ଧା ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସରିବ। ସମ୍ବିଧାନର ଧାରା ୩୨୪ ଅନୁସାରେ ପଶ୍ଚିମବଙ୍ଗରେ ଆଗୁଆ ପ୍ରଚାର ଶେଷ ପାଇଁ ନିର୍ଦ୍ଦେଶ ଦିଆଯାଇଛିା ସମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନ ଏହି ସୂଚନା ଦେଇଛନ୍ତିା

ପଶ୍ଚିମବଙ୍ଗରେ ବୁଧବାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏହାକୁ ଦୃଷ୍ଟିରୁ ରଖି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ରାଲି ବେଳେ ବିଜେପି ଏବଂ ଟିଏମସି ସମର୍ଥକମାନଙ୍କ ମଧ୍ୟରେ ସଂଘ‌ର୍ଷ ହୋଇଥିଲା।

ନିର୍ବାଚନ କମିଶନଙ୍କ ଏଭଳି ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରଚାର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିଛନ୍ତିା ଶୁକ୍ରବାର ହେବାକୁ ଥିବା ପ୍ରଚାରକୁ ମମତା ଗୁରୁବାର ରାତି ୧୦ ଟା ସୁଦ୍ଧା ସାରିବୋ

Comment