ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ମଞ୍ଚେଶ୍ୱରରୁ ଶୁକ୍ରବାର ୫୨ ଗ୍ରାମ୍‌ର ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ବେପାରୀ ଗିରଫ୍‌ ହୋଇଥିବାବେଳେ ଏହା ଚେର ପର୍ଯ୍ୟନ୍ତ ଯିବାପାଇଁ ପୋଲିସ୍‌ ତଦନ୍ତ ଆରମ୍ଭ କରଛି।

ଗତକାଲି କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ଚଢ଼ାଉ କରି ସାଲିଆ ସାହିରୁ ୧୮ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ରାଜଧାନୀ ଭୁବନେଶ୍ୱର ଏବେ ଡ୍ରଗ୍ସ ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲାଟିଲାଣି। ଦିନକୁ ଦିନ କ୍ୟାପିଟାଲ ସିଟିରେ ଧଳା ଜହରର ବେପାର ବଢ଼ିବାରେ ଲାଗିଛି। ଯାହାକି ପୋଲିସ୍‌ ପ୍ରଶାସନପାଇଁ ମୁଣ୍ଡବ୍ୟାଥା କାରଣ ପାଲଟିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment