ଓଡ଼ିଶାଲାଇଭ୍ ବ୍ୟୁରୋ

ଫନି ପାଇଁ ରୋଗକୁ ପଛରେ ପକାଇ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ ବିଏମସି ଇଞ୍ଜିନିୟରା

ଆଜିକୁ ଠିକ ୧୩ ଦିନ ପୂର୍ବେ ଓଡ଼ିଶାରେ ତାଣ୍ଡବ ରଚିଥିଲା ସାମୁଦ୍ରିକ ଝଡ଼ ଫନି। ବାତ୍ୟାର କରାଳ ରୂପ ବିଭିନ୍ନ ରାଜ୍ୟକୁ କରିଦେଇଥିଲା ଛାରଖାରା ସେହି ଜିଲ୍ଲା ଭିତରେ ପ୍ରମୁଖ ଥିଲା ରାଜଧାନୀ ଭୁବନେଶ୍ୱର। ଫନିର ତୀବ୍ର ପ୍ରକୋପ ବଦଳାଇ ଦେଇଥିଲା ସ୍ମାର୍ଟ ସିଟିର ଚିତ୍ରା ବାତ୍ୟା ପରର ବିଭୀଷିକା ସୃଷ୍ଟି କରିଥିଲା ହାହାକାର ପରିସ୍ଥିତି।

ଠିକ ଏହାର ପରଦିନ ସହର ସ୍ଥିତି ସୁଧାରିବାରେ ଲାଗି ପଡ଼ିଥିଲା ବିଏମସି। ସହରର ସ୍ଥିତି ସ୍ୱାଭାବିକ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ବଏମସି ଇଞ୍ଚିନିୟରିଂ ଓ୍ୱିଙ୍ଗ। ସହରର ୧୩ ଟି ସ୍ଥାନରେ ବିଭିନ୍ନ ଇଞ୍ଜିନିୟରିଂ ଗ୍ରୁପ କାମରେ ଲାଗି ପଡ଼ିଥିଲୋ

ଏହି ମାନଙ୍କ ମଧ୍ୟରେ ଥିଲେ ଏମିତି ଜଣେ ବ୍ୟକ୍ତି ଯିଏ ନଜେ ଅସୁସ୍ଥ ଥିବା ସତ୍ତ୍ୱେ ଟିମ୍ ସହ ସାଇଟରେ ଯାଇ କାମ କରିଥିଲୋ ନିଜ ରୋଗକୁ ବେଖାତିର କରି ନିଜ କାମ ଗୁରୁତ୍ୱ ଦେଇଥିଲେ ଏହି ବ୍ୟକ୍ତି। ଏହି ବ୍ୟକ୍ତି ଜଣକ ହେଲେ ବିଏମସି ଇଞ୍ଜିନିୟରିଂ ଓ୍ୱିଙ୍ଗର ଆସିଷ୍ଟାଣ୍ଡ ଏକଜୁକ୍ୟୁଟିଭ ଇଞ୍ଜିନିୟର ସୁବାଷ ଚନ୍ଦ୍ର ଜେନା।

ସୁବାଷ ୨୦୧୮ କିଡ଼ନୀ ଜନିତ ରୋଗରେ ପୀଡ଼ିତ ଅଛନ୍ତିା ଏଥିପାଇଁ ସେ ସପ୍ତାହକୁ ଦୁଇ ଥର ଡାଇଲେସିସି ପାଇଁ ସୋମବାର ଓ ଶୁକ୍ରବାର ହସ୍ପିଟାଲ ଯାଆନ୍ତିା ଖାସ କଥା ଶୁକ୍ରବାର ସୁବାଷ ଡାଇଲେସିସ କରିବା ପରେ ଶନିବାର ସକାଳ ୬ଟାରେ ଡ୍ୟୁଟିରେ ଜଏନ କରିଥିଲୋ ତାଙ୍କୁ ଓ୍ୱାର୍ଡ ନମ୍ବର ୩୦ ଓ ୩୪ର ଦାୟିତ୍ୱ ଦିଆଯାଇଥିଲା ସେ ସେଠାରେ ସୂଚାରୁରୂପେ କାର୍ଯ୍ୟ ତୁଲାଇଥିଲେ।

ବାତ୍ୟା ଫନି ପରେ ସହରର ସ୍ଥିତି ସଚୁଧାରିବାକୁ ବିଏମସି, ଏନଡିଆରଏଫ, ଓଏଫଡିସି, ଅଗ୍ନିଶମ ବିଭାଗର କର୍ମଚାରୀ ନିୟୋଜିତ ଥିଲୋ ୭୦୦ରୁ ଅଧିକ ଗାଡ଼ି ୩ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ଥିଲୋ

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment