ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’୩ରେ ତାଣ୍ଡବ ରଚିଥିବା ଫନି ଯେ କେବଳ ପୁରୀ ସହରରେ ଜନ ଜୀବନକୁ ପ୍ରଭାବିତ କରିଥିଲା ତାହା ନୁହେଁ। ଫନି ପୁରୀରେ ଅନେକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ବି ଦୋହଲାଇ ଦେଇଛି। ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ବିଶ୍ୱବିଦ୍ୟାଳୟ ପରିସର ଫନିର ପ୍ରକୋପରେ ଏକଦମ ଛାରଖାର ହୋଇଯାଇଛିା ଅନେକ ପୁରୁଣା ବହି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହେବା ସହ ଅନେକ ପୁରୁଣା ଫାଇଲ ବି ନଷ୍ଟ ହୋଇଯାଇଛି।

ଫନିର ପ୍ରକୋପରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଗଛ ସବୁ ଭାଙ୍ଗି ପଡ଼ିଛିା ଫଳରେ ବିଶ୍ୱବିଦ୍ୟାଳୟ ପରିସର ଏକ ପ୍ରକାର ଥୁଣ୍ଟା ହୋଇପଡ଼ିଛିା

ବାତ୍ୟା ପବନରେ ବିଶ୍ୱବିଦ୍ୟାଳରେ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଯାଇଛିା ଚେୟାର ଟେବୁଲ ଭାଙ୍ଗିବା ସହିତ ଘର ବି କ୍ଷତିଗ୍ରସ୍ତ ହୋଇଛିା

‘‘ବାତ୍ୟା ଫନି ପରେ ବିଶ୍ୱବିଦ୍ୟାଳୟ ପୁଣି ନିର୍ମାଣ ଦିନକୁ ଫେରି ଆସିଲା। ହେଲେ ପୁଣି ଥରେ ବିଶ୍ୱବିଦ୍ୟାଳୟର ସ୍ଥିତି ସୁଧାରିବାକୁ ଆମେ ଚେଷ୍ଟା କରୁଛୁ। ସମସ୍ତ କର୍ମଚାରୀ ଅଣ୍ଟା ଭିଡ଼ି ଛିଡ଼ା ହୋଇଛନ୍ତିା‘‘, କହିଛନ୍ତି ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ।

‘‘ପୁଣିଥରେ ଆମେ ପୁରୁଣା ସ୍ଥିତିକୁ ଫେରିଯିବାକୁ ଚାହଁଛୁ। ଯଥାଶୀଘ୍ର ପୂର୍ବାବସ୍ଥାକୁ ଫେରିଯିବାକୁ ଚେଷ୍ଟା ଚାଲିଛି।‘‘, କହିଛନ୍ତି ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା ନିବେଦିତା କର।

ବିଶ୍ୱବିଦ୍ୟାଳୟର ପିଜି କାଉନସିଲର ଚେୟାରମ୍ୟାନ ପ୍ରଫେସର ହରିହର ହୋତାଙ୍କ କହିବା ଅନୁସାରେ ଚଳିତ ମାସ ୬ ତାରିଖରେ ପରୀକ୍ଷା ଆରମ୍ଭ ହୋଇଥାନ୍ତା। ୧୦ ତାରିଖରେ ସରିଥାନ୍ତା। ହେଲେ ବାତ୍ୟ ପାଇଁ ପରୀକ୍ଷା ତାରିଖ ପରିବର୍ତ୍ତନ ହୋଇଥିଲା।

୧୯୮୧ ମସିହାରେ ପୁରୀରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବାତ୍ୟା ଫନିରେ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛିା ତେବେ କେବେ ପୁଣି ବିଶ୍ୱବିଦ୍ୟାଳୟ ପୂର୍ବାବସ୍ଥାକୁ ଫେରିବ ତା’କୁ ହିଁ ଅପେକ୍ଷା।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment