ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମେ ୧୯ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ରବିବାର ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିଲାଗି ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଶେଷ ପର୍ଯ୍ୟାୟରେ ୮ରାଜ୍ୟରେ ୫୯ଟି ଆସନ ଲାଗି ମତଦାନ ହେବ। ଏଥିଲାଗି ଆଜି ସଂନ୍ଧ୍ୟା ୫ଟାରୁ ପ୍ରଚାର ସରିବ। ସେପଟେ ପଶ୍ଚିମବଙ୍ଗରେ ୨୦ଘଣ୍ଟା ଆଗରୁ ପ୍ରଚାର ବନ୍ଦ ରହିଛି।

ସପ୍ତମ ପର୍ଯ୍ୟାୟରେ ବିହାରରେ ୮, ଝାରଖଣ୍ଡରେ ୩, ମଧ୍ୟପ୍ରଦେଶରେ ୮, ପଞ୍ଜାବରେ ୧୩, ପଶ୍ଚିମବଙ୍ଗରେ ୯, ଚଣ୍ଡିଗଡ଼ରେ ଗୋଟିଏ, ଉତ୍ତରପ୍ରଦେଶରେ ୧୩, ହିମାଚଳ ପ୍ରଦେଶରେ ୪ଟି ଆସନ  ଲାଗି ମତଦାନ ହେବ।

ଏ ପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ୫୪୩ରୁ ୪୮୪ ଆସନ ଲାଗି ଭୋଟିଂ ହୋଇସାରିଛି। ବାକିଥିବା ୫୯ଟି ଆସନ ଲାଗି ଆସନ୍ତା ୧୯ତାରିଖରେ ଭୋଟିଂ ହେବ। ସେପଟେ ୨୩ତାରିଖରେ ୨୦୧୯ର ରେଜଲ୍ଟ ଆସିବ। ଯାହାକୁ ପୂରା ଦେଶ ଅପେକ୍ଷା କରିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment