ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନିବେଳେ ଦାୟିତ୍ଵରେ ଅବହେଳା ମହଙ୍ଗା ପଡ଼ିଛି ୪ଡାକ୍ତରଙ୍କୁ। ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲର ୪ଜଣ ଡାକ୍ତରଙ୍କୁ ଆଜି ନିଲମ୍ବନ କରିଛନ୍ତି ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ। ନିଲମ୍ବିତ ହୋଇଥିବା ଡାକ୍ତରଙ୍କ ମଧ୍ୟରେ ଚିଲିକା ନୂଆପଡ଼ା ସିଏଚସିର ୨ଜଣ ଓ ବ୍ରହ୍ମଗିରି ରେବଣା ନୂଆଗାଁ ସିଏଚସିର ୨ଜଣ ଡାକ୍ତର ଅଛନ୍ତି।

ଚିଲିକା ନୂଆପଡ଼ା ସିଏଚସିର ଡାକ୍ତର ଜାକେଶ ସାମନ୍ତରାୟ ଓ ଡାକ୍ତର ଜାହାନା  ପରବିନ୍ ସେହିପରି ବ୍ରହ୍ମଗିରି ରେବଣା ନୂଆଗାଁ ସିଏଚସିର ଡାକ୍ତର ବାପୁଜୀ ନାୟକ ଓ ଡାକ୍ତର ଜସ୍ମୀନ ନୀଳିମା ପଣ୍ଡା ଅଛନ୍ତି।

ସେପଟେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରାମଚନ୍ଦ୍ର ରାଉତଙ୍କୁ ମଧ୍ୟ ଆଜି ବଦଳି କରାଯାଇଛି। ତାଙ୍କୁ ସ୍ଵାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି।

ରାମଚନ୍ଦ୍ର ରାଉତଙ୍କ ସ୍ଥାନରେ ଅନୁଗୁଳ ସିଡିଏମଓ ଅମରେନ୍ଦ୍ର ନାଥଙ୍କୁ ଅତିରିକ୍ତ ସିଡିଏମଓ ଭାବେ ଦାୟିତ୍ଵ ଦିଆଯାଇଛି। ଫନିପରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକେ ସ୍ଵାସ୍ଥ୍ୟସେବା ଠିକ୍ ସେ କରାଯାଇନାହିଁ ବା ଅନେକ ଲୋକଙ୍କୁ ମିଳିନଥିବା କହି ଅଭିଯୋଗ ହୋଇଥିଲା। ଯାହାପରେ ଆଜି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment