ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ୍‌ର ଏନ୍‌କାଉଣ୍ଟରରେ ୨ ଅପରାଧୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଏନ୍‌କାଉଣ୍ଟର ହୋଇଥିବା ୨ ଅପରାଧୀଙ୍କ ନାଁ ହେଉଛି ପିଣ୍ଟୁ ମାଝୀ ଏବଂ ଉମେଶ ସାହୁ। ଦୁହିଁଙ୍କ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଆହତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ତାଳତୋଳା ଜଙ୍ଗଲରେ ପୋଲିସ୍‌ ଏବଂ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ୍‌ର ଏନ୍‌କାଉଣ୍ଟରରେ ୨ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେହିପରି ଅପରାଧୀଙ୍କ ଗୁଳିରେ ବେଗୁନିଆ ପୋଲିସ୍‌ ଆଇଆଇସି ସମେତ ୨ ଆହତ ହୋଇଛନ୍ତି।

କାଳୁଚୁଆ ଗୁଳିମାଡ଼ ଏବଂ ବୋମାମାଡ଼ କରି ଗାଡ଼ିରୁ ଟଙ୍କା ଲୁଟ୍‌ ଘଟଣାରେ ଦୁଇ ଅପରାଧୀ ପିଣ୍ଟୁ ମାଝୀ ଏବଂ ଉମେଶ ସାହୁ ସମ୍ପୃକ୍ତ ଥିବା ପୋଲିସ୍‌ ପକ୍ଷରୁ କୁହାଯାଇଛି।

Comment