ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ବାତ୍ୟାଞ୍ଚଳ ପାଇଁ କ୍ୟାବିନେଟରେ ଅର୍ଥ ମଞ୍ଜୁରୀ
  • ପୁରୀରେ ପୋଖରୀ ସଫେଇ ପାଇଁ ୧୫ ଲକ୍ଷ ଟଙ୍କା
  • ରିଲିଫ କାମରେ ନିୟୋଜିତ କର୍ମଚାରୀଙ୍କ ପାଇଁ ୨୪ ଲକ୍ଷ ଟଙ୍କା
  • ବାହାରୁ ଆସୁଥିବା ଶ୍ରମିକଙ୍କ ପାଇଁ ଦୈନିକ ମଜୁରୀ ବୃଦ୍ଧି

ରାଜ୍ୟ କ୍ୟାବିନେଟର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରାଯାଇଛି। ୨୦୧୯ ଜୁନ୍ ୧୧ରେ ପଞ୍ଚଦଶ ବିଧାନସଭାର କାର୍ଯ୍ୟକାଳ ପୂରିବାର ଥିଲା। ତେବେ ଏହା ପୂର୍ବରୁ ବିଧାନସଭାକୁ ଭଙ୍ଗ କରାଯାଇଛି।

ଏହି କ୍ୟାବିନେଟରେ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଲାଗି କ୍ୟାବିନେଟରେ ଅର୍ଥ ମଞ୍ଜୁରି କରାଯାଇଛି। ପୁରୀ ଜିଲ୍ଲାରେ ପୋଖରୀ ସଫେଇ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁରି କରାଯାଇଛି। ରିଲିଫ କାମରେ ନିୟୋଜିତ କର୍ମଚାରୀଙ୍କ ପାଇଁ ୨୪ ଲକ୍ଷ ଟଙ୍କା ମଞ୍ଜୁରି କରାଯାଇଥିବା ବେଳେ ପୁରୀ ଜିଲ୍ଲାର ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ଆଉ ୧ ହଜାର ଟଙ୍କାର ରିଲିଫ୍ ସହାୟତା ଘୋଷଣା କରାଯାଇଛି।

ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କ ଦୈନିକ ଭତ୍ତା ବୃଦ୍ଧିକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। କୁଶଳୀ ଶ୍ରମିକଙ୍କ ମଜୁରୀ ୩୭୦ରୁ ୫୫୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଞ୍ଜୁରୀ ୩୨୦ରୁ ୪୮୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୮୦ରୁ ୪୨୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୁରୀ ଜିଲ୍ଲାରେ ୨ ମାସ ଭିତରେ ସମସ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment