ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନ କମିଶନ ପକ୍ଷରୁ ବିଜେପି ନେତା ତଥା ପଞ୍ଜାବର ଗୁରୁଦାସପୁର ବିଜେପି ପ୍ରାର୍ଥୀ ସନ୍ନି ଦେଓଲଙ୍କୁ ଝଟକା ଲାଗିଛି। ସନ୍ନିଙ୍କୁ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗରେ ଇସି ନୋଟିସ ପଠାଇଛନ୍ତି।

ଗତକାଲି ସନ୍ଧ୍ୟାରୁ ପ୍ରଚାର ବନ୍ଦ ରହିଥିଲେ ସୁଦ୍ଧା ସନ୍ନି ଦେଓଲ ପଠାନକୋଟରେ ଏକ ଜନସଭା କରିଥିଲେ ଯାହାକୁ ନେଇ ଇସି ନୋଟିସ ପଠାଇଛନ୍ତି।

ନୋଟିସରେ କୁହାଯାଇଛି କି ଜନସଭାରେ ଲାଉଡ ସ୍ପିକର ବ୍ୟବହାର କରାଯାଇଥିଲା ଯେଉଁଠି ୨୦୦ ଲୋକ ଉପସ୍ଥିତ ଥିଲେ। ନୋଟିସରେ ଏହା କୁହାଯାଇଛି କି ପ୍ରଚାର ବନ୍ଦ ପରେ ବି ଦେଓଲ ଜନସଭା କରି ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ କରିଛନ୍ତି।

ମତଦାନର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଅନ୍ୟପଟେ ଆସନ୍ତ ୧୯ତାରିଖରେ ୮ରାଜ୍ୟରେ ୫୯ଟି ଆସନ ଲାଗି ଭୋଟଂହେବ।

Comment