ଓଡ଼ିଶାଲାଇଭ ବ୍ୟୁରୋ

ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ବିଜେପିର ସ୍ମୃତୀ ଇରାନି ନିର୍ବାଚନ ଲଢ଼ିଛନ୍ତି। ତେବେ ସ୍ମୃତିଙ୍କ ସହିତ ସାଥ ଦେଇଛନ୍ତି ଫିଲ୍ମ ନିର୍ମାତା ଏକତା କପୁର। ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଏକତା ସ୍ମୃତିଙ୍କୁ ଏବେଠୁ ବିଜୟ ଶୁଭକାମନା ଦେଇସାରିଲେଣି।ସ୍ମୃତି ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସ୍ମୃତିଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଏକତା କହିଥିଲେ , “ହିମ୍ମତ ଏ ମର୍ଦୋ ତୋ ମଦଦ ଏ ଖୁଦା”।

ସ୍ମୃତି ୨୦୧୪ରେ ଏହି ଆସନରୁ ନିର୍ବାଚନ ଲଢ଼ି ହାରିଯାଇଥିଲେ। ମାତ୍ର ଏଥର ରାହୁଲଙ୍କୁ କଡ଼ା ଟକ୍କର ଦେଉଛନ୍ତି ସ୍ମୃତି ଇରାନି। ତେବେ ରେଜଲ୍ଟ ଆସିବାର କିଛିଦିନ ପୂର୍ବରୁ ଏକତାଙ୍କ ସାଥ ନିଶ୍ଚିତଭାବେ ସ୍ମୃତିଙ୍କ ମନୋବଳକୁ ଦୃଢ଼ କରିବ।

ତେବେ ପୂରା ଦେଶର ନଜରରେ ଏବେ ମେ’ ୨୩। କିଏ କେଉଁଠୁ ଜିତିବ, କିଏ ହାରିବ। କିଏ ଶାସନକୁ ଫେରିବେ। କେଉଁରାଜ୍ୟରେ କେଉଁ ଦଳ ଶାସନ କରିବ। ଦେଶରେ ଏନଡିଏ ନା ୟୁପିଏ କାହା ସପକ୍ଷରେ ଜନମତ ଜିବ। କିଏ ଗଢିବ ସରକାର ଏସବୁକିଛି ସ୍ପଷ୍ଟହେବ ମେ’ ୨୩ରେ।

ଅନ୍ୟପଟେ ଗତକାଲି ସଂଧ୍ୟାରୁ ଶେଷପର୍ଯ୍ୟାୟ ଲାଗି ପ୍ରଚାର ଶେଷ ହୋଇଛି। ସପ୍ତମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ୮ଟି ରାଜ୍ୟରେ ୫୯ଟି ଆସନ ଲାଗି ହେବ। ଗଣତନ୍ତ୍ରର ଏହି ମହାକୁମ୍ଭରେ କିଏ ଜିତୁଛି ତାହାପାଇଁ ଆମକୁ ମେ’ ୨୩ ଯାଏଁ ଅପେକ୍ଷୀ କରିବାକୁ ପଡ଼ିବ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment