ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀରର ପୁଲୱାମା ଓ ଅନନ୍ତନାଗରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।

ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏବେବି ସେହି ଅଞ୍ଚଳରେ ୨ରୁ ୩ଜଣ ଆତଙ୍କବାଦୀ ଲୁଚିରହିଥିବା କୁହାଯାଉଛି।

ପୁଲୱାମାର ପଞ୍ଚଗ୍ରାମରେ ଏହି ଘଟଣା ହୋଇଥିବାବେଳେ ଅନନ୍ତନାଗରେ ବି ସୁରକ୍ଷାବଳଙ୍କ ଏନକାଉଣ୍ଟର ଜାରି ରହିଛି।

ରିପୋର୍ଟ ଅନୁସାରେ ଗତକାଲି ରାତି ପାଖାପାଖି ୨ଟା ପାଖାପାଖି ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ଶବକୁ ଉଦ୍ଧାର କରାଯାଇଛି।

ସେଥିମଧ୍ୟରୁ ଜଣେ ସୌକତ ଅହମ୍ମଦ ଡାର ବୋଲି ଜଣାପଡ଼ିଛି। ଏହି ଆତଙ୍କବାଦୀ ଗତ ୪ ବର୍ଷ ହେବ ପୁଲୱାମା ସହରରେ ସକ୍ରିୟ ଥିଲା। ଅନ୍ୟପଟେ ଅନ୍ୟ ନିହତ ଆତଙ୍କବାଦୀର ପରିଚୟ ନେଇ କୌଣସି ସୂଚନା ମିଳିପାରିନାହିଁ। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Comment