ଓଡ଼ିଶାଲାଇଭ୍ ବ୍ୟୁରୋ

ମେ’୩ରେ ପୁରୀରେ ଲାଣ୍ଡଫଲ କରିବା ପରେ ଜିଲ୍ଲାରେ ତାଣ୍ଡବ କରିଥିଲା ବାତ୍ୟା ଫନି।। ପବନର ପ୍ରଭାବରେ ପୁରୀରେ ବହୁଳ କ୍ଷୟକ୍ଷତି ହୋଇଥିଲା। ବାତ୍ୟା ପ୍ରକୋପରେ ଶୀକ୍ଷେତ୍ର ଏକ ପ୍ରକାର ଶ୍ରୀହୀନ ହୋଇପଡ଼ିଥିଲା। ଏଥରୁ ବର୍ତ୍ତି ନଥିଲା ପୁରୀର ପ୍ରବେଶପଥ ମାଳତୀପାଟପୁର ବସଷ୍ଟାଣ୍ଡ।

ବାତ୍ୟା ଫନିରେ ମାଳତୀପାଟପୁରା ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଛିା ବାତ୍ୟା ପ୍ରଭାବରେ ବସଷ୍ଟାଣ୍ଡର ବହୁ ପରିମାଣ କ୍ଷୟକ୍ଷତି ହୋଇଛିା ବାତ୍ୟା ପରେ ବସଷ୍ଟାଣ୍ଡର ପରିସ୍ଥିତି ପୂରା ଛିନଭିନ ହୋଇଥିଲା।

୭୦ କୋଟି ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ବାତ୍ୟା ପରେ ଏକଦମ ବେହାଲ ହୋଇପଡ଼ିଛି। ପବନ ପ୍ରଭାବରେ ବସଷ୍ଟାଣ୍ଡର ବିଶ୍ରାମଗାର, ଫ୍ୟାନ, ଲାଇଟ, ସିସିଟିଭି, ବସଷ୍ଟାଣ୍ଡର ଟିଣ ଛାତ ସବୁକିଛି ଭାଙ୍ଗିରୁଜି ଯାଇଛି। ବସଷ୍ଟାଣ୍ଡକୁ ପୂର୍ବବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରାୟ ୧୦ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଅନୁମାନ କରାଯାଉଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ସମୟରେ ମାଳତୀପାଟପୁରରେ ଏହି ଅତ୍ୟାଧୁନିକ  ବସଷ୍ଟାଣ୍ଡ ନିର୍ମାଣ ହୋଇଥିଲା। ପାଖାପାଖି  ୧୦ ଏକର ଜମିରେ ୭୦ କୋଟି ଟଙ୍କାର ବ୍ୟୟରେ ଏହି ବସଷ୍ଟାଣ୍ଡ ହୋଇଥିଲା।  ବସଷ୍ଟାଣ୍ଡରେ ୫୦୦ ବସ ରହିବାର ବ୍ୟବସ୍ଥା ହୋଇଥିଲା। ଯାତ୍ରୀଙ୍କ ସୁବିଧା ପାଇଁ ୩୦ ଟି ପ୍ରସ୍ଥାନ ଦ୍ୱାର ୩ଟି ଏଟିଏମ କରାଯାଇଥିଲା।

୨୦୧୫ରେ ଏହି ବସଷ୍ଟାଣ୍ଡକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ମାତ୍ର ବାତ୍ୟାରେ ପୂରା ଖିନଭିନ ହୋଇଯାଇଛି ବସଷ୍ଟାଣ୍ଡ।

୧୯୯୯ ମସିହା ବାତ୍ୟାଠୁ ଏହି ବାତ୍ୟା ବଳିଗଲା। ସେ ବାତ୍ୟାରେ ପୁରୀରେ ବିଶେଷ କିଛି ହୋଇନଥିଲା। ହେଲେ ଏହି ବାତ୍ୟା ପୁରୀର ସ୍ଥିତି ବଦଳାଇ ଦେଲା ବୋଲି କହୁଛନ୍ତି ବାତ୍ୟାକୁ ଅତି ପାଖରୁ ଦେଖିଥିବା ପୁରୀବାସୀ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment