ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିର ପରିଦର୍ଶନ କରି ବାତ୍ୟା କ୍ଷୟକ୍ଷତି ଆକଳନ କରିଛନ୍ତି। ବାତ୍ୟା ଶ୍ରୀମନ୍ଦିରର କେଉଁ କେଉଁ ଅଞ୍ଚଳ କ୍ଷତିଗ୍ରସ୍ତ କରିଥିଲା ତାହା ବୁଲି ଦେଖିଥିଲେ ନବୀନ।

ଶ୍ରୀମନ୍ଦିରର କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଜୁନ୍ ୧୭ ତାରିଖ ସୁଦ୍ଧା ଶ୍ରୀମନ୍ଦିର ମରାମତି କାମ ଶେଷ କରିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି।

ଏହାସହ ନବୀନ ବାତ୍ୟାରେ ଭାଙ୍ଗି ଯାଇଥିବା ଜୟ ଏବଂ ସଂହ ମୂର୍ତ୍ତି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ବାତ୍ୟା ଫନି ପୁରୀରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଥିଲା। ପୁରୀ ସହର ଛାରଖାର ହୋଇଯାଇଥିଲା। ଏଥିରୁ ବାଦ୍ ପଡ଼ି ନଥିଲା ଶ୍ରୀମନ୍ଦିର। ବାତ୍ୟାରେ ଜୟଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। କଳ୍ପବଟ୍ଟ କ୍ଷତିଗ୍ରସ୍ତ ହେବା ସହ ଆନନ୍ଦ ବଜାରରେ ଅନେକ ଗଛ ଉପୁଡ଼ି ଯାଇଥିଲା।

Comment