ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗତକାଲି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଅମିତ ଶାହ ବିଜେପିର ବିଜୟ କଥା କହିଛନ୍ତି। ସେ କହିଛନ୍ତି ଗତ ୫ବର୍ଷ ମଧ୍ୟରେ ଯେତେ ବି ବଡ଼ ନିର୍ବାଚନ ହୋଇଛି ସବୁଥର ବିଜେପକୁ ସଫଳତା ମିଳିଛି।

ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ସକ୍ଷମ ସରକାରଙ୍କ ଶାସନ ଚାଲିଛି ସେଥିଲାଗି ଏକା ସମୟରେ ରମଜାନ ପାଳନ, ଆଇପିଏଲ ମ୍ୟାଚ୍ ଓ ନିର୍ବାଚନ ବି ହେଉଛି। ମୋଦି କହିଛନ୍ତି କିଛି କଥା ଆମକୁ ପୂରା ଦୁନିଆ ସାମ୍ନାରେ ଗର୍ବିତ କରିଥାଏ ଅବା ପରିଚୟ ଦେଇଥାଏ।

“ଏହା ଦୁନିଆର ସବୁଠୁ ବଡ ଗଣତନ୍ତ୍ର। ଆଉ ଗଣତନ୍ତ୍ରର ଏହି ଶକ୍ତିକୁ ପୂରା ଦୁନିଆ ସାମ୍ନାରେ ଆଣିବାର ଦାୟିତ୍ଵ ଆମ ସମସ୍ତଙ୍କର। ଆମକୁ ଦୁନିଆ ସାମ୍ନାରେ ଏହା ପ୍ରମାଣିତ କରିବାର ଅଛି କି ଆମ ଦେଶରେ ବିଭିଧତା କେତେ ଅଛି।” ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ଏହାସହିତ ପ୍ରଧାନମନ୍ତ୍ରୀ ଶେଷରେ କହିଛନ୍ତି ନିର୍ବାଚନ ବହୁତ ଭଲ ହୋଇଛି। ଏକ ସକରାତ୍ମକ ଭାବରେ ନିର୍ବାଚନ ହୋଇଛି। ସେପଟେ ଆସନ୍ତାକାଲି ଶେଷ ପର୍ଯ୍ୟାୟ ଲାଗି ଭୋଟିଂ ହେବ। ମେ ୨୩ରେ ଫଳାଫଳ ବାହାରିବ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment