ଓଡ଼ିଶାଲାଇଭ୍ ବ୍ୟୁରୋ

ଗତକାଲି ସନ୍ଧ୍ୟାରେ ୨୦୧୯ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ଶେଷ ହୋଇଛିା କାଲି ପ୍ରଚାର ସରିଥିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତିା ଉତ୍ତରାଖଣ୍ଡରେ ପହଞ୍ଚି ମୋଦି ଆଜି ପ୍ରଭୁ କେନ୍ଦାରନାଥଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତିା ଏହାପରେ ମୋଦି ଗୁମ୍ଫାରେ କିଛି ଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛିା

ଏହାପରେ ମନ୍ଦିର ପୁନନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବେ ମୋଦିା

ଆସନ୍ତାକାଲି ମୋଦି ବଦ୍ରିନାଥ ଯିବୋ ମୋଦିଙ୍କ ଉତ୍ତରାଖଣ୍ଡ ଗସ୍ତ ନେଇ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛିା ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ଭୋଟିଂ ହେବା ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ପାଇଁ ମୋଦି କେଦାରନାଥ ଯାଇଥିବା ଚର୍ଚ୍ଚା ହେଉଛିା

ମୋଦି ଆଜି ଉତ୍ତରାଖଣ୍ଡ ଗସ୍ତରେ ଥିଲାବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁଜୁରାଟର ସୋମନଥ ଗସ୍ତ କରିଛନ୍ତି।

ମୋଦିଙ୍କ ଗସ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ଅନୁମତି ମଗାଯାଇଥିଲା। ଗସ୍ତ ପାଇଁ ନିର୍ବାଚନ ଆୟୋଗ ଅନୁମତି ଦେଇଥିଲେ। ମାତ୍ର ଆଦର୍ଶ ଆଚରଣ ବିଧି ଯେପରି ଉଲ୍ଲଙ୍ଘନ ନହୁଏ ସେ ପ୍ରତି ଧ୍ୟାନ ଦେବାକୁ ନିର୍ବାଚନ ଆୟୋଗ କହିଥିଲୋ

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here