ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଣ୍ଡରେ ଟୋପି, ଅଣ୍ଟାରେ ଗାମୁଛା, କାନ୍ଧରେ ଗୋଲ୍ଡେନ୍ ରଙ୍ଗର ଉତ୍ତରୀୟ, ହାତରେ ବାଡ଼ି। ଏହା ଥିଲା ମୋଦିଙ୍କ ଉତ୍ତରାଖଣ୍ଡରେ କେଦାରନାଥ ଦର୍ଶନ କରିବା ବେଳର ଲୁକ୍। ଏଭଳି ବେଶଭୂଷାରେ ସ୍ଥାନୀୟ ବାସିନ୍ଦାଙ୍କୁ ଦେଖିବାକୁ ମିଳିଥାଏ। ହେଲେ ମୋଦି ଆଜି ସ୍ଥାନୀୟ ବାସିନ୍ଦାଙ୍କ ଲୁକ୍ ସମସ୍ତଙ୍କୁ ଚମକାଇ ଦେଇଛନ୍ତି।

ଆସନ୍ତାକାଲି ବାରଣାସୀରେ ମୋଦିଙ୍କ ହେବ ଭାଗ୍ୟ ପରୀକ୍ଷା। ଏହାର ତିନି ଦିନ ପରେ ବାହାରିବ ରେଜଲ୍ଟ। ଠିକ୍ ଏହାର ଦୁଇଦିନ ପୂର୍ବରୁ ମୋଦି କେଦାରନାଥରେ ରୁଦ୍ରାଭିଷେକ କରିଛନ୍ତି। ଏହି ଅବସରରେ ମୋଦିଙ୍କୁ ଏଭଳି ଲୁକରେ ଦେଖିବାକୁ ମିଳିଥିଲା। ଏହି ଲୁକ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗଢ଼ବାଲ ହିମାଳୟ କ୍ଷେତ୍ରର ୧୧୭୫୫ ଫୁଟ୍ ଉଚ୍ଚରେ ଅବସ୍ଥିତ କେଦାରନାଥ। ପାହାଡ଼ିଆ ଲୋକଙ୍କ ଭଳି ସେ ହାତରେ ବାଡ଼ି ଧରି କେଦାରନାଥ ଯାତ୍ରା କରିଥିଲେ। କେଦାରନାଥରେ ମନ୍ଦିର ପୂଜାରୀ ମୋଦିଙ୍କୁ ଏକ ସାଲ ବି ପିନ୍ଧାଇଥିଲେ।

ପ୍ରଧାନମନ୍ତ୍ରୀ ଦୁଇବର୍ଷ ମଧ୍ୟରେ ୪ଥର କେଦାରନାଥ ଆସି ଦର୍ଶନ କରିଛନ୍ତି। ମୋଦି ଭଗବାନ ଶିବଙ୍କ ନିକଟରେ ପୂଜାର୍ଚ୍ଚନା କରି ରୁଦ୍ରାଭିଷେକ କରିଥିଲେ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

LEAVE A REPLY

Please enter your comment!
Please enter your name here