ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ପରେ ଏବେ ବାତ୍ୟା ବିପନ୍ନଙ୍କ ଲାଗି ଆସୁଥିବା ରିଲିଫ ଚାଉଳ ବାଟମାରଣା ହେଉଥିବା ଖବର ସାମ୍ନାକୁ ଆସିଛିା ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କିରେ।

ଖବର ମୁତାବକ, ବାଙ୍କୀ ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ ଚାଉଳ ବିଲିପଡ଼ା ଗାଁରୁ ଅଟୋରେ ଭର୍ତ୍ତି ହୋଇ ଯାଉଥିବା ବେଳେ ଗାଁ ଲୋକଙ୍କୁ ସନ୍ଦେହ ହୋଇଥିଲ। ଗାଁ ଲୋକ ସାହାଦାପଦା ଗାଁ ଛକରେ ଗାଡ଼ିକୁ ଅଟକାଇଥିଲେ।

ଗାଁ ଲୋକ ଅଟାକାଇଥିବା ଗାଡ଼ିରେ ୬ ବସ୍ତା ଚାଉଳ ଥିବା ଜଣାପଡ଼ିଛିା  ଚାଉଳର ଓଜନ ଆନୁମାନିକ ୫ କ୍ୱିଣ୍ଟାଲ ହେବ। ଗାଡ଼ିକୁ ଅଟକାଇବା ପରେ ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇ ଯାଇଛିା ପୋଲିସରେ ଖବର ଦେଇଥିଲେ ଗାଁ ଲୋକା  ଖବର ପାଇଁ ବାଙ୍କି ପୋଲିସ ଏହି ଘଟଣାର ଛାନଭିନ ଆରମ୍ଭ କରିଛିା

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment