ଓଡ଼ିଶାଲାଇଭ୍ ବ୍ୟୁରୋ

‘‘ମୋର କେହି ନାହିଁ। ଭିକ ମାଗିଲେ ଖାଉଛି। ବାତ୍ୟାରେ ମୋର ଘରଦ୍ୱାର ସବୁ ଭାଙ୍ଗି ଯାଇଛି। ବାତ୍ୟା ବେଳେ ପଡ଼ିଶା ଘରେ ଆଶ୍ରା ନେଇଥିଲି। ପଡ଼ିଶା ଘର ଲୋକ ଖାଇବାକୁ ଦେଲେ। ପିନ୍ଧିବାକୁ ଲୁଗା ଦେଲେ। ସ୍ୱାମୀ ମୋର ଦେଢ଼ବର୍ଷ ହେଲା ଚାଲି ଗଲେଣି। ବାତ୍ୟା ପରଠୁ ବଡ଼ କଷ୍ଟରେ ଚଳୁଛି।  ମୋତେ ମାରିଦିଅ ପ୍ରଭୁ’’, ଏହି କଥା କହିଛନ୍ତି ଜଣେ ୮୮ ବର୍ଷୀୟା ବୃଦ୍ଧା, ଯିଏ ବାତ୍ୟା ଫନିରେ ସବୁକିଛି ହରେଇଛନ୍ତି।

ଏହି ବୃଦ୍ଧା ଜଣକ ହେଲେ ଭୁବନେଶ୍ୱର ନୀଳାଦ୍ରି ବିହାର ହରେକୃଷ୍ଣ ବସ୍ତିର ସୁକାନ୍ତି ବେହେରା। ବାତ୍ୟାର ତାଣ୍ଡବରେ ବୃଦ୍ଧା ଜଣକ ଘରଦ୍ୱାର ସବୁ କିଛି ହରେଇ ବସିଛନ୍ତିା ପରିଣତ ବୟସରେ ବାତ୍ୟା ପରର ପରିସ୍ଥିତିକୁ ଏକଦମ ଏକୁଟିଆ ସାମ୍ନା କରୁଛନ୍ତି ଏହି ବୃଦ୍ଧା। କାରଣ ବୃଦ୍ଧାଙ୍କର ପରିବାର କହିଲେ କେହି ନାହାନ୍ତି। ଦେଢ଼ବର୍ଷ ତଳେ ବୃଦ୍ଧାଙ୍କ ସ୍ୱାମୀ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତିା

ସ୍ୱାମୀଙ୍କ ମୃତ୍ୟୁ ପରେ ଏକୁଟିଆ ହୋଇପଡ଼ିଛନ୍ତି ସୁକାନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ପେଟ ପୋଷିବା ପାଇଁ ଭିକକୁ ଆପଣେଇ ନେଇଛନ୍ତି ସୁକାନ୍ତି। ଏଭଳି ପରିସ୍ଥିତିରେ ବୋଝ ଉପରେ ଲଳିତା ବିଡ଼ା ହୋଇଛି ବାତ୍ୟା ଫନି। ଫନିରେ ସୁକାନ୍ତିଙ୍କର ଘର ଭାଙ୍ଗି ଯାଇଛିା ପଡ଼ୋଶୀ ଘରେ ଆଶ୍ରା ନେଉଛନ୍ତି ସେ।

ଦୀର୍ଘ ଦିନରୁ ଏହି ବସ୍ତିରେ ରହୁଥିବା ସୁକାନ୍ତି ଏବେ ବାସହୀନ ହୋଇ ପଡ଼ିଛନ୍ତି ସୁକାନ୍ତି।

ଗତ ମେ’୩ରେ ସାମୁଦ୍ରିକ ଝଡ଼ ଫନି ପୁରୀରେ ଲାଣ୍ଡଫଲ କରିଥିଲା। ଲାଣ୍ଡଫଲ ପରେ ଫନିର ତାଣ୍ଡବରେ ଛାରଖାର ହୋଇଥିଲା ରାଜ୍ୟର ବିଭିନ୍ନ ଜିଲ୍ଲା। ତେବେ ଫନିର ପ୍ରକୋପରେ କେବଳ ସୁକାନ୍ତି ନୁହେଁ ଏମିତି ଅନେକ ଅଛନ୍ତି ଯିଏ ନିଜ ବାସ ହରାଇଛନ୍ତିା ଆଉ କେହି କେହି ଆପଣାର ଚିରଦିନ ପାଇଁ ଆପଣାର ଲୋକଙ୍କୁ ହରାଇଛନ୍ତିା ଆଉ କେହି ନିଜର ଜୀବିକା ବି ହରାଇଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment