ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ରାଜ୍ୟ କ୍ୟାବିନେଟ ଏକ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।

ଏହି ବୈଠକରେ ପଞ୍ଚଦଶ ବିଧାନସଭା ଭଙ୍ଗ ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ସୁପାରିସ କରାଯିବାର ପ୍ରସ୍ତାବ ରହିଛି।

ତେବେ ନୂଆ ସରକାର ଗଠନ ପୂର୍ବରୁ ବିଧାନସଭା ଭଙ୍ଗ କରାଯିବାର ପ୍ରାବଧାନ ରହିଛି। ଏହାସହିତ ବାତ୍ୟା ଫନି ବିପନ୍ନକୁ ସହାୟତା ପ୍ୟାକେଜ ବାବଦରେ ବି ବୈଠକରେ ଆଲୋଚନା ହେବ।

ତେବେ ଆସନ୍ତା ୨୩ରେ ଦେଶ ସହ ରାଜ୍ୟରେ ବି ନୂଆ ସରକାର ଗଠନ ହେବାକୁ ଯାଉଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment