ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇର ଲିଖିତ ପରୀକ୍ଷା ଆଜି ରାଜ୍ୟରେ ୫୩ଟି କେନ୍ଦ୍ରରେ ହେବ।

୨ଟି ସିଟିଂରେ ଏହି ପରୀକ୍ଷା ହେବ, ପ୍ରଥମଟି ସକାଳ ୯ଟାରୁ ୧୨ଟା ଓ ଅନ୍ୟଟି ଦିନ ୨ଟାରୁ ଆରମ୍ଭ ହେବ।

ମୋଟ ୨୯,୯୦୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ବି ଫାର୍ମ, ଇଣ୍ଚିଗ୍ରେଟେଡ ଏମବିଏ, ଲାଟେରାଲ ବିଏସସି, ଫାର୍ମାସି ଓ ବିଟେକ୍ ଭଳି ପାଠ୍ୟକ୍ରମରେ ନାମ ଲେଖାଇବା ଲାଗି ଏହି ପରୀକ୍ଷା ହେବ।

ଭୁବନେଶ୍ଵର, କଟକ, ବାଲେଶ୍ଵର, ରାଉରକେଲା,ସମ୍ବଲପୁର, ଝାରସୁଗୁଡ଼ା,ଅନୁଗୋଳ ଆଦି ଜିଲ୍ଲା ମାନଙ୍କରେ ଓଜେଇଇ ପରୀକ୍ଷାକେନ୍ଦ୍ର ହୋଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment