ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମେ ୧୯ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ରବିବାର ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିଲାଗି ନିର୍ବାଚନ କମିଶନଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଶେଷ ପର୍ଯ୍ୟାୟରେ ୮ରାଜ୍ୟରେ ୫୯ଟି ଆସନ ଲାଗି ମତଦାନ ହେବ। ଏ ନେଇ ମୈଦାନରେ ୯୧୮ଜଣ ପ୍ରାର୍ଥୀ ଅଛନ୍ତି। ଯେଉଁମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜାନାର୍ଦ୍ଦନ।

ଶେଷ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ଚଣ୍ଡିଗଡରେ ମୋଟି ୧୦.୨କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ୧୦.୨କୋଟିରୁ  ୫.୨୭ କୋଟି ପୁରୁଷ ଭୋଟର ଥିବାବେଳେ ୪.୭୫ ପ୍ରତିଶତ ମହିଳା ଭୋଟର ଅଛନ୍ତି।
ସପ୍ତମ ପର୍ଯ୍ୟାୟରେ ବିହାରରେ ୮, ଝାରଖଣ୍ଡରେ ୩, ମଧ୍ୟପ୍ରଦେଶରେ ୮, ପଞ୍ଜାବରେ ୧୩, ପଶ୍ଚିମବଙ୍ଗରେ ୯, ଚଣ୍ଡିଗଡ଼ରେ ଗୋଟିଏ, ଉତ୍ତରପ୍ରଦେଶରେ ୧୩, ହିମାଚଳ ପ୍ରଦେଶରେ ୪ଟି ଆସନ  ଲାଗି ମତଦାନ ହେବ।

ଏ ପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ୫୪୩ରୁ ୪୮୪ ଆସନ ଲାଗି ଭୋଟିଂ ହୋଇସାରିଛି। ବାକିଥିବା ୫୯ଟି ଆସନ ଲାଗି ଆସନ୍ତା ୧୯ତାରିଖରେ ଭୋଟିଂ ହେବ। ସେପଟେ ୨୩ତାରିଖରେ ୨୦୧୯ର ରେଜଲ୍ଟ ଆସିବ। ଯାହାକୁ ପୂରା ଦେଶ ଅପେକ୍ଷା କରିଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment