ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ପରେ ଏବେ ଅନେକ ସ୍ଥାନରେ ସ୍ଵାସ୍ଥ୍ୟ ଚିନ୍ତା। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପୁରୀ ଜିଲ୍ଲାରେ ଏନେଇ ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି।

ଯେପରି ବାତ୍ୟା ପରେ କିଶୋରୀମାନେ କୌଣସି ସଂକ୍ରମଣ ରୋଗର ଶିକାର ନହୁଅନ୍ତି ସେଥିପାଇଁ ପୁରୀ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ପ୍ରଶାସନ ତରଫରୁ ସାନିଟାରୀ ନାମକିନ୍ ଯୋଗାଇ ଦିଆଯାଉଛି।

ବାତ୍ୟାପରେ ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେଣୁ କିଶୋରୀ ଓ ମହିଳାଙ୍କ ସ୍ଵାସ୍ଥ୍ୟ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ ହୋଇପଡ଼ିଛି। ଏଥିଲାଗି ଜିଲ୍ଲାରେ ୨୪ ଲକ୍ଷ ଟଙ୍କାର ନାପକିନ୍ ଆଶାକର୍ମୀଙ୍କ ସହାୟତାରେ ଘରକୁ ଘର ବୁଲି ବିତରଣ କରାଯାଉଛି।

ଆସନ୍ତା ୨ ମାସ ପର୍ଯ୍ୟନ୍ତ ସ୍ଵାସ୍ଥ୍ୟ ବିଭାଗ ତରଫରୁ ମାଗଣାରେ ଏହା ଯୋଗାଇ ଦିଆଯିବ। ଜିଲ୍ଲାର ସମସ୍ତ କିଶୋରୀ ଓ ମହିଳାଙ୍କ ଏହାକୁ ପାଇପାରିବେ ସେଥିଲାଗି ଜାତୀୟ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଆଶାକର୍ମୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment