ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ଲାଗି ରାଜ୍ୟ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ସେମାନଙ୍କର ଦେୟ ଓ ରିଟର୍ଣ୍ଣ ଦାଖଲ ତାରିଖରେ ବୃଦ୍ଧି କରିଛନ୍ତି। କର୍ମଚାରୀ ମାନେ ୨୦୧୯ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଦେୟ ଓ ରିଟର୍ଣ୍ଣ ଦାଖଲ କରିପାରିବେ।

ଫନିରେ ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର, କେନ୍ଦ୍ରପଡ଼ା, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଗଞ୍ଜାମ ଭଳି ଜିଲ୍ଲା ମାନଙ୍କରେ ବ୍ୟାପକ କ୍ଷତି ହୋଇଛି।

ଏହି ଜିଲ୍ଲାରେ ସ୍ଥିତି ଏବେ ବି ପୂର୍ବପରି ହୋଇପାରିନାହିଁ। ତେଣୁ କେନ୍ଦ୍ରସରକାରଙ୍କ ଇପିଏଫ କର୍ତ୍ତୃପକ୍ଷ ବିଚାର କରି ସଂପୃକ୍ତ ଅଞ୍ଚଳରେ ୨୦୧୯ ଏପ୍ରିଲ ଇଫିଏଫ  ଦେୟ ପୈଠ କରିବା ନିମନ୍ତେ ଅନ୍ୟାଦେଶ ପର୍ଯ୍ୟନ୍ତ ଜୋରିମାନ ବ୍ୟବସ୍ଥାକୁ ସ୍ଥଗିତ କରିଛନ୍ତି।

ସେହିପରି ଇଏସଆଇ କର୍ତ୍ତୃପକ୍ଷ ୨୦୧୯ ଦରମା ବାବଦରେ ଦେୟ ପୈଠ କରିବା ନିମନ୍ତେ ଧାର୍ଯ୍ୟ ଅବଧି ୧୫ ଦିନ ପରିବର୍ତ୍ତେ ୪୫ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment