ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସାରାଦେଶରେ ଆଜି ସନ୍ଧ୍ୟାରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ସରିଛି। ଏହାର କିଛି ସମୟ ମଧ୍ୟରେ ଆସିଛି ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ଆକଳନ। ଭିନ୍ନ ଭିନ୍ନ ସଂସ୍ଥା ଅଲଗା ଅଲଗା ଆକଳନ କରିଛନ୍ତି। ଓଡ଼ିଶାରେ ୨୧ ଲୋକସଭା ଆସନ ଲାଗି ଭୋଟିଂ ହୋଇଛି।

ରିପ୍ଲବିକ୍ ସିଭୋଟରର ସର୍ଭେ ଅନୁସାରେ ବିଜେଡିକୁ ଏଥର ୧୧ ଲୋକସଭା ଆସନରେ ବିଜୟ ହେବ। ସେହିପରି ବିଜେପିକୁ ୧୦ଟି ଆସନରେ ସଫଳତା ମିଳିପାରେ ସେପଟେ କଂଗ୍ରେସକୁ ରି ପ୍ଲବିକ୍ ଆକଳନ ଅନୁସାରେ କିଛିବି ସିଟ୍ ରେ ସଫଳତା ମିଳିବ ନାହିଁ।

ସେହିପରି ଇଣ୍ଡିଆ ଟିଭିର ସର୍ଭେ ଅନୁସାରେ ବିଜେଡିକୁ ୧୫ଆସନ, ବିଜେପିକୁ ୬ଟି ଆସନ  ସେହିପରି କଂଗ୍ରେସକୁ ଗୋଟିଏ ସିଟରେ ସଫଳତା ମିଳିପାରେ।

ଅନ୍ୟପଟେ ଟାଇମ୍ନ ନାଓର ସର୍ଭେ ଅନୁସାରେ ବିଜେଡିକୁ ୨୧ରୁ ୮ ଆସନ ବିଜେପିକୁ ୧୨ ଆସନ ଓ କଂଗ୍ରେସକୁ ଗୋଟିଏ ଆସନରେ ସଫଳତା ମିଳିପାରେ।

ଏବିପି ନ୍ୟୁଜ୍ ସର୍ଭେ ଅନୁସାରେ ବିଜେଡିକୁ ୧୨ଟି ଆସନ, ବିଜେପିକୁ ୯ ଓ କଂଗ୍ରେସକୁ କୌଣସି ବି ଆସନରେ ସଫଳତା ମିଳିବନାହିଁ।

ଏହି ତିନୋଟି ସଂସ୍ଥାର ଆକଳନକୁ ଯଦି ଆମେ ଦେଖିବା ତେବେ ୨୦୧୪ ତୁଳନାରେ ଭାରତୀୟ ଜନତା ପାର୍ଟିକୁ ଅଧିକ ଆସନ ମିଳିବ ଓ ସବୁବେଳେ ୧୫ରୁ ଅଧିକ ଆସନରେ ବିଜୟ ଦେଖୁଥିବା ବିଜେଡିକୁ ତୃଳନାତ୍ମକ କମ୍ ଆସନରେ ସିଟ୍ ମିଳିବ। ଏହା ସହିତ ଗତ ୧୫ବର୍ଷ ହେବ ଓଡ଼ିଶାରେ ବିରୋଧୀ ଦଳ ଆସନରେ ବସୁଥିବା କଂଗ୍ରେସକୁ ଏଥର ମାତ୍ର ଗୋଟିଏ ଦୁଇଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ତେବେ ଏକଜିଟ୍ ପୋଲର ଆକଳନ କେତେଦୂର ଠିକ୍ ହେଉଛି ଅବା ଭୂଲ ହେଉଛି। ତାହା ୨୩ ତାରିଖରେ ହିଁ ସ୍ପଷ୍ଟ ହୋଇଯିବ।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment