ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ଅନେକ ହେଭିଓ୍ୱେଟ ବି ନିଜର ମତସାବ୍ୟସ୍ତ କରିଛନ୍ତିା ଏହି ପର୍ଯ୍ୟାୟରେ ବିହାରର ପାଟନାରେ ମୁଣ୍ଡ ଯୋଡ଼ା ଥିବା ଦୁଇ ଭଉଣୀ ସବାହ ଓ ଫାରାହ(୨୨) ଦୁଇଟି ଭୋଟର ଆଇଡିରେ ମତଦାନ କରିଥିବା ଖବର ସାମ୍ନାକୁ ଆସିଛି।

ପୂର୍ବରୁ ଦୁଇ ଭଉଣୀ ଗୋଟିଏ ଭୋଟ ପରିଚୟ ପତ୍ରରେ ଭୋଟ ଦେଉଥିଲୋ ୨୦୧୫ରେ ବିହାରରେ ହୋଇଥିବା ବିଧାନସଭା ନିର୍ବାଚନରେ ଦୁହେଁ ଗୋଟିଏ ଭୋଟ ପରିଚୟ ପତ୍ରରେ ଭୋଟ ଦେଇଥିଲେ। ସେମାନଙ୍କୁ ଭୋଟ ଦେବା ପାଇଁ ଗୋଟିଏ ପରିଚୟ ପତ୍ର ଜାରି କରାଯାଇଥିଲା।

ପରବର୍ତ୍ତୀ ସମୟରେ ଅନେକ ଦାବି ପରେ ନିର୍ବାଚନ ଆୟୋଗ ଦୁହିଁଙ୍କ ପାଇଁ ଦୁଇଟି ପରିଚୟ ପତ୍ର ଜାରି କରିଥିଲେ। ଫଳରେ ଦୁଇ ଭଉଣୀ ଏଥର ଅଲଗା ଅଲଗା ପରିଚୟ ପତ୍ରରେ ଭୋଟ ଦେଇଛନ୍ତିା

ସବାହ ଓ ଫରାହଙ୍କ ମୁଣ୍ଡ ଜନ୍ମରୁ ଯୋଡ଼ି ହୋଇ ରହିଛି। ଦୁହିଁଙ୍କ ମୁଣ୍ଡ ଅଲଗା କରିବାକୁ ଦିଲ୍ଲୀରେ ଏକ ହସ୍ପିଟାଲରେ ଅପରେସନ କରିବାକୁ ଯୋଜନା ହୋଇଥିଲା ମାତ୍ର ଏହା ହୋଇପରିନଥିଲା। ତେବେ ଦୁହେଁ ଶେଷ ପର୍ଯ୍ୟାୟରେ ନିଜର ମତସାବ୍ୟସ୍ତ କରିଛନ୍ତିା

ପାଟନା ସାହିବରୁ କଂଗ୍ରେସ ପକ୍ଷରୁ ଅଭିନେତା ଶତ୍ରୁଘ୍ନ ସିହ୍ନା ଓ ତାଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦ ନିର୍ବାଚନ ଲଢ଼ୁଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment