ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶେଷ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର ସାରିବା ପରେ ୨ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଥିଲେ। ଶନିବାର ମୋଦି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ପହଞ୍ଚିଥିଲେ। ମନ୍ଦିରରେ ମୋଦି ପୂଜା ଅର୍ଚ୍ଚନା କରିଥିଲେ।

ଏହା ପରେ ସେଠାରେ ଥିବା ଗୁମ୍ଫାରେ ସେ ସାରା ରାତି ବିତାଇଥିଲେ।ପାଖାପାଖି ୧୮ ଘଣ୍ଟା ଗୁମ୍ଫାରେ ରହି ମୋଦି ଧ୍ୟାନ କରିଥିଲେ। ଧ୍ୟାନ ସମୟରେ ଗୁମ୍ଫା ଭିତରୁ ମୋଦିଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଧ୍ୟାନ ମୁଦ୍ରାରେ ବସିଛନ୍ତି। ମୋଦିଙ୍କ ଏହି ଫଟୋ ସାମ୍ନାକୁ ଆସିବାପରେ ଯେଉଁ ଗୁମ୍ଫାରେ ମୋଦି ରହିଥିଲେ ତାହାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି।

ଆସନ୍ତୁ ଜାଣିବା ଏହି ଗୁମ୍ଫା ବାବଦରେ କିଛି ଅଜଣା କଥା …

ଏହି ଗୁମ୍ଫାଟି କେଦାରନାଥ ମନ୍ଦିରଠୁ ଏକ କିଲୋମିଟର ଦୂରରେ ଅବସ୍ଥିତ। ଏହି ଗୁମ୍ଫାକୁ ବ୍ୟବହାର ଉପଯୋଗୀ କରିବା କାମ ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା। କୁହାଯାଉଛି ଏହି ଗୁମ୍ଫା ପାଇଁ ପାଖାପାଖି ସାଢ଼େ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ମୋଦି ଯେଉଁ ଗୁମ୍ଫାରେ ରାତି ବିତାଇଛନ୍ତି ତାହାର ନାଁ ରୁଦ୍ର ଗୁମ୍ଫା। ଏହି ନିର୍ମାଣ କାମ ନେହେରୁ ପର୍ବତାରୋହୀ ସଂସ୍ଥା କରିଛନ୍ତି। ତେବେ ଭାବୁଥିବେ ଏହି ଗୁମ୍ଫା କେବଳ ମୋଦିଙ୍କ ପାଇଁ ତିଆରି ହୋଇଥିଲା। ସେମିତି କିଛି ବି ନୁହଁ ଆପଣ ବି ଚାହିଁଲେ ସେଠାରେ ରହିପାରିବେ।

ରହିବା ଲାଗି ପୂର୍ବରୁ ଏହାକୁ ବୁକ୍ କରିବାକୁ ପଡ଼ିବ। ଏଠାରେ ରହିବାଲାଗି ଗୋଟିଏ ଦିନକୁ ୯୯୦ ଟଙ୍କା ରଖାଯାଇଛି। ତେବେ ଏହି ଗୁମ୍ଫାରେ ଜଣେ ୩ ଦିନରୁ ଅଧିକ ଦିନ ରହିପାରିବେ ନାହିଁ। ଯଦି କିଛି ଅତି ଆବଶ୍ୟକ ପଡ଼ିବ ତେବେ ଏହାକୁ  ୩ଦିନରୁ ଅଧିକ ଲାଗି ଜଣେ ବୁକ୍ କରିପାରିବ।

ଏହି ଗୁମ୍ଫାରେ କିଛି ବିଶେଷ ବ୍ୟବସ୍ଥା ରହିଛି। ଏଠାରେ ବେଡ,ବିଜୁଳି,ଟେଲିଫୋନ ଭଳି ସୁବିଧା ରହିଛି। ଏହା ଛଡ଼ା ସକାଳର ଚା, ଜଳଖିଆ ଓ ଲଞ୍ଚ, ଡିନରର ବ୍ୟବସ୍ଥା ରହିଛି। ଏଥିଲାଗି ଆପଣଙ୍କୁ ଅଲଗା ଟଙ୍କା ଦେବାକୁ ପଡ଼ିବ। ଗୁମ୍ଫାରେ ଏକ ବେଲ ରହିଛି ଯଦି କିଛି ଜରୁରୀ ପରିସ୍ଥିତି ଆସେ ତେବେ ଆପଣ ଏହା ମାଧ୍ୟମରେ ସହାୟକଙ୍କୁ ଡାକିପାରିବେ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment