ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଗଣତନ୍ତ୍ରର ମହାପର୍ବ ୨୦୧୯ ଲୋକସଭା ନିର୍ବାଚନ ଶେଷ ହୋଇଛି। ରବିବାର ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ରହିଥିଲା। ସାରା ଦେଶରେ ୫୪୨ ସଂସଦୀୟ ଆସନ ପାଇଁ ନିର୍ବାଚନ ପୂରା ହୋଇଥିବା ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି।

ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗକୁ ଛାଡ଼ି ବାକି ସମସ୍ତ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ ହୋଇଛି।

୧୧ ଏପ୍ରିଲରୁ ଆରମ୍ଭ ହୋଇଥିବା ଏହି ମହାପର୍ବ ଏଥର ୭ ଟି ପର୍ଯ୍ୟାୟରେ ହୋଇଥିଲା। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ଟି ଆସନ ଲାଗି ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୬୯.୬୧ ପ୍ରତିଶତ ଭୋଟ ପଡ଼ିଥିଲା।

ସେହପରି ଏପ୍ରିଲ ୧୮ରେ ୨ୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ ଆସନରେ ୬୯.୪୪ ପ୍ରତିଶତ ଭୋଟ ପଡ଼ିଥିଲା।

ଏପ୍ରିଲ ୨୩ରେ ୩ୟ ପର୍ଯ୍ୟାୟରେ ୧୫ ରାଜ୍ୟର ୧୧୭ ଆସନ ଲାଗି ୬୮.୪ ପ୍ରତିଶତ ମତଦାନ ହୋଇଥିଲା।

ଏ୍ରପିଲ ୨୯ରେ ୪ର୍ଥ ପର୍ଯ୍ୟାୟରେ ୯ ରାଜ୍ୟର ୭୧ ଆସନରେ ୬୫.୫ ପ୍ରତିଶତ, ମେ’୬ରେ ୫ମ  ପର୍ଯ୍ୟାୟରେ ୭ ରାଜ୍ୟର ୫୧ ଆସନରେ ୬୪.୧୬ ପ୍ରତିଶତ , ମେ ୧୨ରେ ଷଷ୍ଠ ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନରେ ୬୪.୪ ପ୍ରତିଶତ ମତଦାନ ହୋଇଥିଲା। ଅନ୍ତିମ ପର୍ଯ୍ୟାୟ ଅଥାତ

ମେ’୧୯ରେ ଶେଷ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଆସନରେ ୬୧.୧୩ ପ୍ରତିଶତ ମତଦାନ ହୋଇଛି।

ମତଦାନ ଶେଷ ହେବା ପରେ ରାଜନୈତିକ ଦଳଗୁଡ଼ିକ ହୃଦ ସ୍ପନ୍ଦନ ବଢ଼ିଯାଇଛି। ଏଥର କିଏ ସରକାର ଗଢ଼ିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ମେ’୨୩ରେ ନିର୍ବାଚନ ଫଳାଫଳ ଆସିବା ସେହି ଦିନ ଜଣାପଡ଼ିବ ଏଥର କିଏ ସରକାର ଗଢ଼ିବ?

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment