ଓଡ଼ିଶାଲାଇଭ ବ୍ୟୁରୋ

ତାତିରୁ ନାହିଁ ନିସ୍ତାର। ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ଆକଳନ ଏଭଳି  ଖରା ଗରମ ଆହୁରି କିଛିଦିନ ଲାଗି ରହିବ। ଅର୍ଥାତ ତାତିରୁ ନିସ୍ତାର ନାହିଁ।

୨୪ ରୁ ୨୫ ବେଳକୁ ତାତି ୪୭ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ଉପକୂଳଠୁ ଆରମ୍ଭ କରି ପଶ୍ଚିମ ସବୁଠି ତାତି। ସକାଳ ୧୦ଟା ପରେ ରାସ୍ତା ଘାଚ ଶୂନଶାନ। ଅତି ଆବଶ୍ୟକ କାମ ନଥିଲେ ଲୋକେ ବାହାରକୁ ବାହାରୁନାହାନ୍ତି।

ଅନ୍ୟପଟେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ବେସରକାରୀ ଭାବେ ୭ ବୋଲି ଅଭିଯୋଗ କରାଯାଉଛି। ବିଶେଷ କରି ଫନି ପରଠୁ ତାପମାତ୍ରା ଲଗାତାର ବଢ଼ିବାରେ ଲାଗିଛି।

ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହୁଛି। ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଏହାରି ଭିତରେ ସମସ୍ତଙ୍କର ଅପେକ୍ଷା ଅସରାଏ ବର୍ଷାକୁ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment